www.samajalive.in
Tuesday, December 9, 2025
15.1 C
Bhubaneswar

ଅଂଶୁଘାତ ମୁକାବିଲା ସଚେତନତା

ଚୌଦ୍ୱାର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି । ଏଭଳି ପରିସ୍ଥିତିରେ ଅଂଶୁଘାତ ହେବାର ଆଶଙ୍କା ସୃଷ୍ଠି ହେଲାଣିି। ଏଦିଗରେ ଜନ ସାଧାରଣଙ୍କୁ ସଚେତିତ କରିବା ଲକ୍ଷରେ ଚୌଦ୍ୱାର ପୌରପାଳିକା ୧୭ଂ ୱାର୍ଡରେ ଅଂଶୁଘାତ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ଅଙ୍ଗନବାଡୀ କର୍ମୀଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ ଯୋଗଦେଇ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ ।

- Advertisement -

ଏହି ଅବସରରେ ୱାର୍ଡର କିଶୋରୀ ଓ ମହିଳା ମାନେ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ରକ୍ଷା ପାଇବାପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କିତ ସଚେତନତା ବାର୍ତ୍ତା ଲେଖାଥିବା ପ୍ଲାକାର୍ଡ ମାନ ଧରି ୱାର୍ଡ ପରିକ୍ରମା କରିବା ସହିତ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଇଥିଲେ। ଲୋପାମୁଦ୍ରା ମଲ୍ଲିକ, ଦୀପିକା ଭୁୟାଁ, ସ୍ୱର୍ଣ୍ଣଲତା ଦାସ, ଅପର୍ଣ୍ଣାରାଣୀ ବେହେରା, ପୁଷ୍ପଲତା ମନ୍ତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories