www.samajalive.in
Saturday, December 6, 2025
17.1 C
Bhubaneswar

ଛାତ୍ରୀଙ୍କ ଆନ୍ଦୋଳନ ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଘୁଞ୍ଚିଲା ପରୀକ୍ଷା

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ପାଇଁ ଛାତ୍ରୀମାନେ ଶୁକ୍ରବାର ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଆସନ୍ତା ୩୦ ତାରିଖରୁ ମେ’୯ ପର୍ଯ୍ୟନ୍ତ କେବଳ ବ୍ୟାକ୍ ପେପର ପରୀକ୍ଷା ଅନୁଷ୍ଠିତ ହେବ। ଏହାସହ ରେଗୁଲାର ଛାତ୍ରୀଙ୍କ ପରୀକ୍ଷା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏନେଇ ଶୁକ୍ରବାର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..

- Advertisement -

ସୂଚନାନୁଯାୟୀ, ପ୍ରଥମେ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରୀଙ୍କ ଚତୁର୍ଥ ସେିମଷ୍ଟାର ପରୀକ୍ଷା ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଛାତ୍ରୀମାନେ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରିଥିଲେ। ପ୍ରଥମେ ବିଭାଗୀୟ ମୁଖ୍ୟଙ୍କ ମାଧ୍ୟମରେ ସ୍ନାତକୋତ୍ତର ପରିଷଦ ଅଧ୍ୟୟ ଏବଂ କୁଳପତିଙ୍କୁ ଏନେଇ ଅବଗତ କରିଥିଲେ। ହେଲେ କୌଣସି ସୁଫଳ ନମିଳିବାରୁ ଗୁରୁବାର କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏଥିରୁ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ନମିଳିବାରୁ ଶୁକ୍ରବାର ଛାତ୍ରୀମାନେ ବିଶ୍ୱ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ।

୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବ ; ଏସବୁ ଜିଲାକୁ ସତର୍କ ସୂଚନା ଜାରି..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories