www.samajalive.in
Sunday, December 7, 2025
14.1 C
Bhubaneswar

ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..

ଦେବଗୁରୁ ବୃହସ୍ପତି ୧୨ ବର୍ଷ ପରେ ବୃଷ ରାଶିରେ ପ୍ରବେଶ କରିବେ। ବୃହସ୍ପତି ୧ ମେ ୨୦୨୪ରୁ ୧୪ ମେ ୨୦୨୫ ପର୍ଯ୍ୟନ୍ତ ବୃଷ ରାଶିରେ ରହିବେ। ଗୁରୁ ଗ୍ରହଙ୍କୁ ବିବାହ, ଧନ ଓ କର୍ମକ୍ଷେତ୍ରର କାରକ ବୋଲି କୁହାଯାଏ। ଗୁରୁ ଗ୍ରହଙ୍କ ରାଶି ପରିବର୍ତ୍ତନ ବିଭିନ୍ନ ରାଶିରେ ଭିନ୍ନ ଭିନ୍ନ ପ୍ରଭାବ ପକାଇବ। ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ବ୍ୟକ୍ତିଙ୍କ ଧନଜୀବନ ସହ ବ୍ୟବସାୟରେ ମଧ୍ୟ ଉନ୍ନତି କରିଥାଏ। ମାନ-ସମ୍ମାନ ବୃଦ୍ଧି ହୋଇଥାଏ। ଜାଣନ୍ତୁ କେଉଁ ରାଶିଙ୍କ ଉପରେ କି ପ୍ରଭାବ ରହିବ..

ମେଷ ରାଶି- ମେଷ ରାଶିର ବ୍ୟକ୍ତି ବିଶେଷ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ନିକଟରେ ବିଭିନ୍ନ ଚେତାବନୀ ମୂଳକ ପରିସ୍ଥିତି ଆସିଲେ ମଧ୍ୟ ସଫଳତା ପ୍ରାପ୍ତି ହେବ। ନିଜ ଭାବନାକୁ ସଠିକ୍ ଭାବେ ପ୍ରଦର୍ଶନ କରନ୍ତୁ। ଏହାଦ୍ୱାରା ମାନସିକ ଅଶାନ୍ତି ଦୂର ହୋଇଥାଏ। ଜୀବନରେ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିଥାଏ। ଭାବିଚିନ୍ତି ସମସ୍ତ ନିଷ୍ପତ୍ତି ଗ୍ରହଣ କରନ୍ତୁ।

- Advertisement -

ବୃଷ ରାଶି – ବୃଷ ରାଶିଙ୍କ ପାଇଁ ବୃହସ୍ପତି ଚଳନ ଉତ୍ତମ ରହିବ। ଆପଣଙ୍କ ମନ ପ୍ରସନ୍ନ ରହିବ। ପାଠପଢାରେ ଅଧିକ ଧ୍ୟାନ ଦେବେ। ଜୀବନରେ ଥିବା ସମସ୍ୟା ଦୂର ହେବ। ଦୃଢ ସଙ୍କଳ୍ପ ଦ୍ୱାରା ସଫଳତା ପ୍ରାପ୍ତି ହେବ। ଲକ୍ଷ୍ୟ ହାସଲ ହେବ। ଅର୍ଥ ନିବେଶ କରିବା ଲାଭଦାୟକ ହେବ। ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ।

କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ..

ମିଥୁନ ରାଶି – ଆତ୍ମିବଶ୍ୱାସ ଖୁବ୍ ଅଧିକ ରହିବ। ଅତ୍ୟଧିକ ଉତ୍ସାହିତ ହୁଅନ୍ତୁ ନାହିଁ। ବ୍ୟବସାୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ। ଜୀବନସାଥୀ ଓ ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ।

କର୍କଟ ରାଶି- ଆପଣଙ୍କ ମନ ଅଶାନ୍ତ ରହିପାରେ। ଆତ୍ମବିଶ୍ୱାସ ହ୍ରାସ ପାଇପାରେ। ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ। ଭବିଷ୍ୟତ ପାଇଁ ଚିନ୍ତିତ ରହିଲେ ମଧ୍ୟ ସମସ୍ୟାର ସମାଧାନ ହୋଇଯିବ। ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଯୋଗୁଁ ନୂତନ ବିଚାର ଓ ଆଶା ରହିବ।

ସିଂହ ରାଶି – ଗୁରୁଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଆପଣଙ୍କ ଆତ୍ମବିଶ୍ୱାସ ଅଧିକ ରହିବ। ଚାକିରି କ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ମିଳିବ। ବାଣୀରେ ମଧୁରତା ରହିବ। ଆୟରେ ବୃଦ୍ଧି ହେବ। ଛୋଟ ଛୋଟ ବାଧା ଆସିପାରେ। ନିଜର ସକରାତ୍ମକ ଭାବନା ସର୍ବଦା ରଖନ୍ତୁ। ଦୃଢ ସଙ୍କଳ୍ପ ଦ୍ୱାରା ଲକ୍ଷ୍ୟ ହାସଲ ହୋଇପାରିବ। ସଠିକ୍ ନିଷ୍ପତ୍ତି ନେବେ। ଜୀବନରେ ମଧୁରତା ରହିବ।

ଆଗାମୀ ୨ ଦିନ କାଳ ବୈଶାଖୀ ବର୍ଷା ସମ୍ଭାବନା ; ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ..

କନ୍ୟା ରାଶି – ନିଜ କାମ ସଠିକ୍ ସମୟରେ ପୂରଣ କରିବେ। ମାତ୍ର ଅଧିକ ଚିନ୍ତିତ ରୁହନ୍ତୁ ନାହିଁ। ପରିବାର ଲୋକଙ୍କ ସହଯୋଗ ମିଳିବ। ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରିବେ। ପରିବାର ସହ ତୀର୍ଥଯାତ୍ରା କରି ପାରିବେ।

ତୁଳା ରାଶି – ଆପଣଙ୍କ ମନ ପ୍ରସନ୍ନ ରହିବ। ମାତ୍ର ଆତ୍ମବିଶ୍ୱାସ ହ୍ରାସ ପାଇ ପାରେ। କର୍ମକ୍ଷେତ୍ରରେ ସ୍ପଷ୍ଟ ବିଚାର-ବିମର୍ଶ ସହ ଆଗକୁ ବଢନ୍ତୁ। ଜୀବନସାଥୀଙ୍କ ସହଯୋଗ ମିଳିବ। ଧନ ଲାଭ ହେବ। ବ୍ୟସ୍ତତା କାରଣରୁ ମାନସିକ କ୍ଷେତ୍ରରେ ହାଲିଆ ଅନୁଭବ କରିବେ।

ବିଛା ରାଶି – ନିଜକୁ ଶାନ୍ତ ରଖନ୍ତୁ। କୌଣସି ବନ୍ଧୁ ସହ ବ୍ୟବସାୟ ଆରମ୍ଭ କରି ପାରିବେ। ପରିବାରରେ ଖୁସି ସମୟ ଅତିବାହିତ କରିବେ। ପ୍ରତିଭାକୁ ନୂତନ ଦିଗ ମିଳିବ। ପୁରସ୍କାର ପ୍ରାପ୍ତି ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ କରିବା ସହ ସଫଳତା ମିଳିବ।

ଧନୁ ରାଶି – କର୍ମକ୍ଷେତ୍ରରେ ଲାଭବାନ୍ ହେବେ। ଟଙ୍କା ନିବେଶ କରିବେ। ଜ୍ଞାନ ବୃଦ୍ଧି ପାଇଁ ପ୍ରୟାସ ଜାରି ରଖିବେ। ଟଙ୍କା ବିନି ଯୋଗ ଆପଣଙ୍କ ପାଇଁ ଲାଭଦାୟକ ହେବ। ନିଜ ରୁଚି ଅନୁଯାୟୀ କାର୍ଯ୍ୟ କରିବେ।

ବିବାହରେ ବିଳମ୍ବ ହେଉଛି କି? ଏହି ଉପାୟରେ ମାତ୍ର ଏକ ମାସରେ ହେବ ବିବାହ ଯୋଗ,ଧନର ଆଗମନ..

ମକର ରାଶି – ଆପଣଙ୍କ ନିକଟରେ ଭରପୁର ଆତ୍ମବିଶ୍ୱାସ ରହିବ। ମାତ୍ର ମାନସିକ ଚିନ୍ତା ହୋଇପାରେ। ପରିବାରରେ ସୁଖଶାନ୍ତି ରହିବ। ଆୟରେ ବୃଦ୍ଧି ହେବ। ନିଜ ଲକ୍ଷ୍ୟକୁ ସ୍ଥିର ରଖି ସମସ୍ତ ଯୋଜନା କରନ୍ତୁ।

କୁମ୍ଭ ରାଶି – ଘରକୁ ସାଜସଜ୍ଜା,ଜିନିଷ କିଣାକିଣି ଆଦି କରିବେ। ଟଙ୍କା ନିବେଶ କରିବେ। କର୍ମକ୍ଷେତ୍ରରେ ଆତ୍ମବିଶ୍ୱାସ ମଜଭୂତ ହେବ। ଲାଭ ଓ କ୍ଷତିର ହିସାବ କରି ନିର୍ଣ୍ଣୟ ନିଅନ୍ତୁ।

ମୀନ ରାଶି – ମନ ପ୍ରସନ୍ନ ରହିବ। ମାନସିକ ସ୍ତରରେ ଉତ୍ଥାନପତନ ଲାଗି ରହିପାରେ। ଆଳସ୍ୟ କାରଣରୁ ବିପରୀତ ପରିସ୍ଥିତି ସାମ୍ନା କରିବାକୁ ପଡିପାରେ। ମାତ୍ର ଧିରେ ଧିରେ ପରିଶ୍ରମ କାରଣରୁ ଲକ୍ଷ୍ୟ ହାସଲ କରିବେ। ଲକ୍ଷ୍ୟ ହାସଲ କରିବା ପାଇଁ ସତର୍କତା ସହ ସାବଧାନ ରହି କାର୍ଯ୍ୟ କରନ୍ତୁ। ସହଯୋଗୀ ଠାରୁ ସମର୍ଥନ ମିଳିବ।

 

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories