ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ଵର : ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଆନନ୍ତପୁର ପଞ୍ଚାୟତର ଗର୍ଭବତୀ ମହିଳା ହସ୍ପିଟାଲ ଯିବାପାଇଁ ଆବଶ୍ୟକ ପଡୁଛି ଖଟିଆ।  ଗାଁରେ ରାସ୍ତା ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁର ସୁରଭି ନାଥ ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ପରିବାର ଲୋକ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରିନାହିଁ। ଫଳରେ ବାଧ୍ୟ ହୋଇ ଗାଁଲୋକ ପାଖାପାଖି ୨ କିଲୋମିଟର ରାସ୍ତା ତାଙ୍କୁ  ଖଟିଆରେ ବୋହି ନେଇ ଆମ୍ବୁଲାନ୍ସରେ ଛାଡିଛନ୍ତି।  ପରେ ସୁରଭିଙ୍କୁ ଆନନ୍ତପୁର ଚିକିତ୍ସାଳୟରେ ଭର୍ତି କରାଯାଇଛି।  ଗାଁକୁ ଭଲ ରାସ୍ତା ନିର୍ମାଣ ନେଇ ବାରମ୍ବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ହେଲେ ପ୍ରଶାସନ ସବୁଜାଣି ମଧ୍ୟ ନିଦାବିଷ୍ଣୁ ସାଜିଛି। ତେଣୁ ଏସବୁକୁ ନଜରରେ ରଖି ଗ୍ରାମବାସୀ ମାନେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି।

Comments are closed.