ମାଆ, ପୁଅକୁ ବୀଭତ୍ସ ହତ୍ୟା

କୁଚିଣ୍ଡା: ମାଆ ଏବଂ ପୁଅକୁ ବୀଭତ୍ସ ହତ୍ୟା। ସମ୍ବଲପୁର ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ପଶି ମାଆ ସହ ଦେଢ ବର୍ଷର ପୁଅକୁ ହତ୍ୟା କରାଯାଇଛି। ଭାଈ ବୋହୂ ସହ ପୁତୁରାକୁ ଟାଙ୍ଗିଆରେ ହାଣି ମାରିଛି ଦେଢଶୂର। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି। ଘଟଣାସ୍ଥଳରେ ଗୋବିନ୍ଦପୁର ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.