ନୂଆଦିଲ୍ଲୀ: ଜେଇଇ ମେନ ସେସନ୍-୨ ରେଜଲ୍ଟ ପ୍ରକାଶ ପାଇଛି। ଏନଟିଏ ପକ୍ଷରୁ ଜେଇଇ ମେନ୍ ଫଳ ପ୍ରକାଶ ପାଇଛି। ଜେଇଇ ମେନ୍ ଡଟ୍ ଏନଟିଏ ଡଟ୍ ଏସି ଡଟ୍ ଇନ୍ ରେ ରେଜଲ୍ଟ ଉପଲବ୍ଧ ରହିଛି। ଆପ୍ଲିକେସନ ନମ୍ବର, ପାସୱାର୍ଡ ଏବଂ ସିକ୍ୟୁରିଟି ପିନ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ । ଚଳିତ ବର୍ଷ ଜେଇଇ ମେନ୍ ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା । ୫୬ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ପରୀକ୍ଷାରେ ଶତପ୍ରତିଶତ ସ୍କୋର କରିଥିବା ଛାତ୍ରମାନଙ୍କ ମଧ୍ୟରେ ୧୫ ଜଣ ତେଲେଙ୍ଗାନାର, ୭ ଜଣ ଆନ୍ଧ୍ରପ୍ରଦେଶ, ୭ ଜଣ ମହାରାଷ୍ଟ୍ରର ଏବଂ ଦିଲ୍ଲୀରୁ ୬ ଜଣ ସଫଳ ହୋଇଛନ୍ତି। ଚଳିତବର୍ଷ ପ୍ରାୟ ୧୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
Popular Categories



