www.samajalive.in
Sunday, December 7, 2025
14.1 C
Bhubaneswar

କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ..

ସଭିଏଁ ନିଜର ବିବାହ ପାଇଁ ଅନେକ କିଛି ଚିନ୍ତା କରି ଥାଆନ୍ତି। ବ୍ୟକ୍ତି ନିଜ ବିବାହ ସମ୍ପର୍କରେ ଜାଣିବା ପାଇଁ ବେଶ ଇଚ୍ଛୁକ ଥାଏ। ଏହାସହ ଭାଗ୍ୟରେ ପ୍ରେମ ବିବାହ କିମ୍ବା ପ୍ରସ୍ତାବିତ ବିବାହ ତାହା ମଧ୍ୟ ସଭିଁଙ୍କ ପାଇଁ ଏକ ପ୍ରଶ୍ନବାଚୀ। ହସ୍ତ ଶାସ୍ତ୍ରରେ ପାପୁଲିର ରେଖାରୁ ବ୍ୟକ୍ତିଙ୍କ ବୈବାହିକ ଜୀବନ ବିଷୟରେ ଜଡିତ ଅନେକ ରହସ୍ୟ ଜଣା ପଡିଥାଏ। ଜାଣନ୍ତୁ..

ବିବାହରେ ବିଳମ୍ବ ହେଉଛି କି? ଏହି ଉପାୟରେ ମାତ୍ର ଏକ ମାସରେ ହେବ ବିବାହ ଯୋଗ,ଧନର ଆଗମନ..

- Advertisement -

ହସ୍ତରେଖା ଶାସ୍ତ୍ର ଅନୁସାରେ ବୈବାହିକ ରେଖାର ସମ୍ବନ୍ଧ ହସ୍ତର ସବୁଠାରୁ ଛୋଟ ଆଙ୍ଗୁଠି ତଳକୁ ବୁଧ ପର୍ବତ ସହ ରହିଛି। ଏହି ବୁଧ ପର୍ବତର ବାହାରରୁ ଭିତରକୁ ଯେଉଁ ରେଖା ଆସିଥାଏ। ତାହାକୁ ବିବାହ ରେଖା କୁହାଯାଏ।
ଏହି ରେଖା ବ୍ୟକ୍ତିଙ୍କର ବୈବାହିକ ଜୀବନ ବିଷୟରେ ଅନେକ ରହସ୍ୟ ଜଣାଇ ଥାଆନ୍ତି। ଏହି ରେଖାରେ ଏକ ଚିହ୍ନ ମଧ୍ୟ ରହିଛି। ଯାହା ବ୍ୟକ୍ତିଙ୍କ ଜୀବନରେ ପ୍ରେମ ବିବାହ କି ପ୍ରସ୍ତାବିତ ବିବାହ ହେବାର ସୂଚନା ଦେଇଥାଏ।
ବ୍ୟକ୍ତିଙ୍କ ହସ୍ତର ପାପୁଲିରେ ବୈବାହିକ ରେଖାରେ ବର୍ଗର ଚିହ୍ନ ଥିଲେ , ଜାଣନ୍ତୁ ଆପଣଙ୍କ ଭାଗ୍ୟରେ ପ୍ରେମ ବିବାହ ରହିଛି। ଏହି ଚିହ୍ନ ସ୍ପଷ୍ଟ ଥିଲେ, ପ୍ରେମ ବିବାହ ହେବ ବୋଲି ନିଶ୍ଚିତ ଥାଏ। ବୈବାହିକ ରେଖାରେ କଟା ଭଳି ଚିହ୍ନ ଥିଲେ, ଜାଣନ୍ତୁ ବିବାହ ଠିକ୍ ହୋଇ ବାରମ୍ବାର ଭାଙ୍ଗିବାର ସମ୍ଭାବନା ରହିଛି।

ବାସ୍ ଏହି ସରଳ ଉପାୟରେ ଜାତକରେ ଦୂର ହେବ ଶନିଙ୍କ କୋପ, ମହାଦଶା..

ସେହିପରି ବ୍ୟକ୍ତିଙ୍କ ହସ୍ତର ପାପୁଲିରେ ଏକ ସିଧା ଓ ସ୍ପଷ୍ଟ ରେଖା ଛୋଟ ଆଙ୍ଗୁଠି ତଳକୁ ଥିଲେ, ସେମାନଙ୍କର ପ୍ରସ୍ତାବିତ ବିବାହ ହେବାର ସମ୍ଭାବନା ଅଧିକ ଥାଏ। ଏହାସହ ବୈବାହିକ ଜୀବନ ସୁଖମୟ ହୋଇଥାଏ।
ଆଙ୍ଗୁଠି ତଳ ଅଂଶରେ ଶୁକ୍ର ପର୍ବତ ରହିଛି। ଶୁକ୍ର ପର୍ବତ ବହୁତ ଅଧିକ ସ୍ପଷ୍ଟ ଭାବେ ଦେଖାଗଲେ କିମ୍ବା ଉପର ଆଡକୁ ରହିଲେ, ସେମାନଙ୍କ ପ୍ରେମ ବିବାହ ହେବାର ସମ୍ଭାବନା ଅଧିକ ଥାଏ।
ହସ୍ତ ଶାସ୍ତ୍ର ଅନୁଯାୟୀ, ଯଦି ବ୍ୟକ୍ତିଙ୍କ ହସ୍ତରେ ବିବାହ ରେଖା ସ୍ପଷ୍ଟ ଓ ଗଭୀର ନଜର ଆସେ, ତେବେ ସେମାନଙ୍କର ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ। ଜୀବନସାଥୀ ସର୍ବଦା ସହଯୋଗ କରିବା ସହ ଆଦରଯତ୍ନ କରିଥାଆନ୍ତି। ଦମ୍ପତିଙ୍କ ଜୀବନ ହସଖୁସିରେ ଅତିବାହିତ ହୋଇଥାଏ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories