www.samajalive.in
Monday, December 15, 2025
14.1 C
Bhubaneswar

ମାଉଜର ଦେଖାଇ ଫ୍ଲିପ କାର୍ଡ ଲଜଷ୍ଟିକ ଅଫିସରୁ ଲକ୍ଷାଧିକ ଲୁଟ

ଗୋପାଳପୁର:  ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ସ୍ଥିତ କମଳାବିହାର ୩ୟ ଗଳି ଠାରେ ଥିବା ଫ୍ଲିପ କାର୍ଡ ର ଲଜଷ୍ଟିକ ଅଫିସରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା, ମୋବାଇଲ ଲୁଟ କରି ନେଇଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ଅଭିଯୋଗ ଅନୁଯାୟୀ ସୋମବାର ରାତି ୧୦ ଟା ବେଳେ ଉକ୍ତ ଅଫିସରେ ଅଫିସ ଇନଚାର୍ଜ ସୁମନ ଶେଖର ସାହୁ ଓ ତାଙ୍କର ଏକ ବନ୍ଧୁ ସୁବାଷ ନାହକ ପ୍ରମୁଖ ଅଫିସରେ ବସିଥିବା ବେଳେ ଗୋଟିଏ ମୋଟରସାଇକେଲ ରେ ହାଠତ ୩ ଜଣ ମୁହଁରେ ମାସ୍କ ପିନ୍ଧିଥିବା ଯୁବକ ସେଠାରେ ପହଞ୍ଚି ସେମାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକର ଖୋଲିବାକୁ କହିଥିଲେ। ବିଳମ୍ବ ହେବାରୁ ଦୁର୍ବତ୍ତମାନେ ଉଭୟ ଙ୍କୁ ମାଡ଼ ମାରିବା ସହ ଲକରରେ ଥିବା ୨ ଲକ୍ଷ ୪ ହଜାର ଲୁଟ କରିବା ସହ ସୁମନର ମନିପର୍ସ ନେବା ସହ ସେଥିରେ ଥିବା ପାଞ୍ଚହଜାର ଓ ଅନ୍ୟାନ୍ୟ କାର୍ଡ ଗୁଡ଼ିକୁ ଲୁଟି ନେଇଥିଲେ।ଯିବା ସମୟରେ ଅଫିସରେ ଥିବା ଡିଭିଆର ଓ ଡିଭିକୁ ଭାଙ୍ଗି ଦେଇଥିଲେ। ଘଟଣା ନେଇ ଗୋଳନ୍ଥରା ଥାନାକୁ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୋଗ କୁ ଭିତ୍ତି କରି ୧୮୮/୨୪ ରେ ଏକ ମାମଲା ରୁଜୁ କରିବା ସହ ଆଖାପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଯାଇ ତଦନ୍ତ ଜାରୀ ରହିଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories