www.samajalive.in
Saturday, December 13, 2025
21.1 C
Bhubaneswar

ଖରାର ପ୍ରଭାବରୁ ରକ୍ଷା ପାଇବା ପାଇଁ ନିଜ ଖାଦ୍ୟରେ ସାମିଲ କରନ୍ତୁ..

ଖରାଦିନେ ଅସହ୍ୟ ଖରା, ତାତିରୁ ଜନଜୀବନ ଛଟପଟ୍ ହୋଇଯାଏ। ପ୍ରଚଣ୍ଡ ଖରା କାରଣରୁ ଶରୀରରେ ଜଳୀୟ ଅଂଶର ଅଭାବ ହୋଇଥାଏ। ଫଳରେ ଅତ୍ୟଧିକ ହାଲିଆ ଅନୁଭବ ହେବା ସହ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଥାଏ। ଖରାଦିନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବା ସହ ନିଜ ଦୈନନ୍ଦିନ ଖାଦ୍ୟରେ କିଛି ସ୍ୱତନ୍ତ୍ର ଜିନିଷ ସାମିଲ କରିବା ଆବଶ୍ୟକ। ଖରାଦିନେ ନିଜକୁ ସୁସ୍ଥବାନ୍ ରଖିବା ପାଇଁ ଶରୀରରେ ଜଳୀୟ ଅଂଶର ଅଭାବ ହେବାକୁ ଆଦୌ ଦିଅନ୍ତୁ ନାହିଁ। କାରଣ ଖରାଦିନେ ପ୍ରବଳ ଖରା ସହ ହିଟ୍ ୱେଭ୍ ସମସ୍ୟା ରହିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ହିଟ୍ ୱେଭ୍ ପ୍ରଭାବରୁ ଅଚେତ୍ ହେବା, ଜ୍ୱର ହେବା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ପେଟ ଖରାପ, ମୁଣ୍ଡ ବିନ୍ଧା, ଶରୀରରେ ଯନ୍ତ୍ରଣା, ହାଲିଆ ଅନୁଭବ ହୋଇଥାଏ। ତେଣୁ ଏସବୁରୁ ରକ୍ଷା ପାଇବା ପାଇଁ ନିଜ ଖାଦ୍ୟରେ ଏହି ଜିନିଷ ସାମିଲ କରନ୍ତୁ..

ବାସ୍ ଏହି ସରଳ ଉପାୟରେ ଜାତକରେ ଦୂର ହେବ ଶନିଙ୍କ କୋପ, ମହାଦଶା..

- Advertisement -

ଖରାଦିନେ କମଳା ସେବନ କରିବା ଖୁବ ଲାଭଦାୟକ। କମଳାର ଗୁଣ ଶରୀରକୁ ଶୀତଳତା ପ୍ରଦାନ କରିବା। ଏଥିରେ ୮୮ ପ୍ରତିଶତ ଜଳ, ଭିଟାମିନ୍ ସି, ଏ, କ୍ୟାଲସିୟମ ଓ ଫାଇବର ରହିଛି। ଯାହା ଶରୀରର ଅନେକ ସମସ୍ୟା ଦୂର କରିଥାଏ। ଖରାଦିନେ କମଳା ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏଥିରେ ପୋଟାସିୟମ ମାତ୍ରା ରହିଛି। ଯାହା ଶରୀରର ମାଂସପେଶୀ ଯନ୍ତ୍ରଣାକୁ କମ୍ କରିବାରେ ସହାୟକ ହୋଇଥାଏ।

୧୨ ବର୍ଷ ପରେ ଗୁରୁ-ଶୁକ୍ର ଏକାଠିରେ ହେବ ଖାସ୍ ଯୋଗ,ସୁନାଭଳି ଚମକିବ ଏହି ରାଶିର ଭାଗ୍ୟ..

ତରଭୂଜ ସେବନ କରିବା ମଧ୍ୟ ଲାଭଦାୟକ। ତରଭୂଜ ସେବନ କରିବା ଦ୍ୱାରା ଶରୀରରେ ଜଳୀୟଅଂଶର ଅଭାବ ପୂରଣ ହୋଇଥାଏ। ଏଥିରେ ପ୍ରାୟ ୯୨ ପ୍ରତିଶତ ଜଳ ରହିଛି। ଏହା ବ୍ୟତୀତ ଏଥିରେ ଫାଇବର, ଭିଟାମିନ ସି, ଭିଟାମିନ ଏ, ପୋଟାସିୟମ, ମେଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।

କାକୁଡିରେ ପ୍ରାୟ ୯୫ ପ୍ରତିଶତ ଜଳ ରହିଛି। ଏହା ବ୍ୟତୀତ ଏଥିରେ ଭିଟାମିନ କେ, ପୋଟାସିୟମ ଓ ମେଗ୍ନେସିୟମ ଭରପୁର ମାତ୍ରାରେ ରହିଛି। କାକୁଡିର ସେବନ କରିବା ଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ପୂରଣ ହୋଇଥାଏ।

ଜାଣନ୍ତୁ ଫୋନ୍ ରିଷ୍ଟାଟ୍ କରିବା ଭଲ ନା ପାୱାର ଅଫ୍ , ଏମିତି କଲେ ଜମା ଖରାପ ହେବନି ଫୋନ୍..

 

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories