www.samajalive.in
Sunday, December 14, 2025
26.1 C
Bhubaneswar

୯ ମିନିଟରେ ୫ଥର ଥରିଲା….

ନୂଆଦିଲ୍ଲୀ : ତାଇଓ୍ବାନରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ୯ ମିନିଟରେ ୫ରୁ ଅଧିକ ଥର ଝଟକା ଲାଗିଛି। ଏଥିରେ ଦୁଇଟି ବଡ କୋଠା ଭାଙ୍ଗିଯାଇଥିବାବେଳେ ଏପର୍ଯ୍ୟନ୍ତ ମୃତାହତ ନେଇ କୌଣସି ସୂଚନା ମିଳିନି। ତାଇୱାନର ଶୌଫେଙ୍ଗ ଟାଉନସିପ୍, ହୁଆଲିନ୍ କାଉଣ୍ଟିରେ ଭୂକମ୍ପ ଅନୁଭୂତ ହୋଇଛି। ଏହା ମୁଖ୍ୟତଃ ଗ୍ରାମୀଣ ପୂର୍ବ କାଉଣ୍ଟି ହୁଆଲିନ୍ ଉପରେ କେନ୍ଦ୍ରୀଭୂତ ହୋଇଥିଲା । ଦୁଇ ସପ୍ତାହ ତଳେ ମଧ୍ୟ ତାଇଓ୍ବାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୪ ରହିଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭୦୦ ରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories