www.samajalive.in
Saturday, December 6, 2025
15.1 C
Bhubaneswar

‘କଳକୀ ୨୮୯୮ଏଡି’ରେ ଅମିତାଭଙ୍କ ଦମଦାର୍ ଲୁକ୍ ଦେଖି ପ୍ରଂଶସକ କହିଲେ ଏମିତି..ଦେଖନ୍ତୁ ଭିଡିଓ..

ମୁମ୍ବଇ : ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ୮୦ ବୟସ ବର୍ଷରୁ ଅଧିକ ହେବା ପରେ ମଧ୍ୟ ପ୍ରଂଶସକଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି। ବର୍ଷର ସବୁଠାରୁ ବଡ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଯାହାକି ‘କଳକୀ ୨୮୯୮ଏଡି’ରୁ ଏକ ନୂଆ ଟିଜର୍ ସାମ୍ନାକୁ ଆସିଛି। ସାମ୍ନାକୁ ଆସିଥିବା ଭିଡିଓରେ ଅମିତାଭ ଜଣେ ଯୁବା ଚରିତ୍ର ଭଳି ନଜର ଆସୁଛନ୍ତି। ଏହି ଭିଡିଓରେ ଫିଲ୍ମରୁ ଅମିତାଭଙ୍କ ଚରିତ୍ର ଓ ତାଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖିବା ପରେ ପ୍ରଂଶସକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଚଳଚ୍ଚିତ୍ର ନିର୍ମାତା ଫିଲ୍ମର କିଛି ନୂଆ ଫୁଟେଜ ଶେୟାର କରିଛନ୍ତି। ଏହାର ନାମ ଦେଇଛନ୍ତି ଇଣ୍ଟ୍ରୋଡ୍ୟୁୟିସିଙ୍ଗ୍ ଅଶ୍ୱତ୍ଥାମା। ଭିଡିଓରେ ଅମିତାଭଙ୍କ ଚରିତ୍ର ଏକ ପୁରୁଣା ମନ୍ଦିରରେ ନଜର ଆସୁଛି। ଏହା ଏକ ପ୍ରାଚୀନ ମନ୍ଦିର। ଯେଉଁଠାରେ ଏକ ଶିଶୁ ପହଞ୍ଚି ତାଙ୍କୁ ପଚାରୁଛି, ସେ କିଏ? ଅମିତାଭ ତାକୁ କହୁଛନ୍ତି, ସେ କାହିଁ କେତେ କାଳରୁ ଏହି ପୃଥିବୀରେ ରହିଛନ୍ତି। ଏଠାରେ ଅମିତାଭଙ୍କ ମୁହଁରେ ଅନେକ କୁଞ୍ଚନ ଦେଖାଯାଉଛି। ମାଟି ମଧ୍ୟ ଲାଗିଛି। ତାଙ୍କ ଦାଢି ମଧ୍ୟ ଖୁବ୍ ଲମ୍ବା। ଭିଡିଓରେ ତାଙ୍କ ଯୁବା ସମୟର ଏକ ଛୋଟ ଅଂଶ ମଧ୍ୟ ନଜର ଆସୁଛି। ସେ ପୂର୍ବରୁ ଚଳଚ୍ଚିତ୍ରରେ ଯେପରି ଦେଖାଯାଉଥିଲେ, ଠିକ୍ ସେମିତି ହିଁ ଦେଖାଯାଉଛନ୍ତି।
ଭିଡିଓରେ ଦେଖାଯାଉଛି, ଅମିତାଭଙ୍କ ଉପରେ କିଏ ଗୁଳି ଚାଳନା କରୁଛି,ମାତ୍ର ତାଙ୍କର କିଛି ହେଉ ନାହିଁ। ଏହାପରେ ଛୋଟ ପିଲାଟି ତାଙ୍କ ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଛି। ଅମିତାଭଙ୍କୁ ପ୍ରଶ୍ନ କରୁଛି ତୁମେ କ’ଣ ଭଗବାନ? ଏହି ସମୟରେ ଅମିତାଭ ହସି କରି କହୁଛନ୍ତି, ମୋ ସମୟ ଆସି ଯାଇଛି, ମୋ ଶେଷ ଯୁଦ୍ଧର ସମୟ ଆସି ଯାଇଛି। ଏହାପରେ ସେ କହୁଛନ୍ତି, ସେ ଦ୍ୱାପର ଯୁଗରୁ ଦଶଅବତାରର ଅପେକ୍ଷା କରିଛନ୍ତି ଓ ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁଅ ଅଶ୍ୱତ୍ଥାମା।

- Advertisement -

ବେଲଗାମ ଓଜନ, ବଢୁଥିବା ପେଟକୁ କମାଇବା ପାଇଁ ଖାଆନ୍ତୁ ଏହି ୫ଟି ଜିନିଷ..

‘କଳକୀ ୨୮୯୮ଏଡି’ର ଏହି ଭିଡିଓରେ ଅମିତାଭଙ୍କ ଲୁକ୍ ଖୁବ ଦମଦାର୍। ତାଙ୍କର ଯୁବା ଅବସ୍ଥା ଦେଖି ପ୍ରଂଶସକଙ୍କ ଉତ୍କଣ୍ଠା ବଢି ଯାଇଛି। ପୂର୍ବରୁ ଚଳଚ୍ଚିତ୍ରରେ ସେ ଯେପରି ଦେଖାଯାଉଥିଲେ , ଏଥିରେ ସେପରି ଦେଖାଯାଉଛନ୍ତି। ଏଥିପାଇଁ ବିଭିନ୍ନ ଶୈଳୀ ଆପଣାଇ ଅମିତାଭଙ୍କ ବୟସ ହ୍ରାସ କରାଯାଇଛି। ଭିଡିଓ ଦେଖି ପ୍ରଂଶସକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ସହ କେହି କେହି କହିଛନ୍ତି, ଇଏ ଅମିତାଭ ବଚ୍ଚନ ନା ଅଭିଷେକ ବଚ୍ଚନ ?

୧୨ ବର୍ଷ ପରେ ଗୁରୁ-ଶୁକ୍ର ଏକାଠିରେ ହେବ ଖାସ୍ ଯୋଗ,ସୁନାଭଳି ଚମକିବ ଏହି ରାଶିର ଭାଗ୍ୟ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories