www.samajalive.in
Tuesday, December 9, 2025
26.1 C
Bhubaneswar

ଇଷ୍ଟଦେବଙ୍କୁ ପୂଜା କରିବାର ତାତ୍ପର୍ଯ୍ୟ

ପ୍ରତ୍ୟେକ ବ୍ୟକ୍ତି ନିଜର ଇଷ୍ଟଦେବଙ୍କୁ ପୂଜା କରି ଥାଆନ୍ତି। ମାନ୍ୟତା ଅନୁଯାୟୀ, ଇଷ୍ଟଦେବଙ୍କୁ ପୂଜା କରିବା ଦ୍ବାରା ଜୀବନର ସମସ୍ତ ଦୁଃଖ ସମାପ୍ତ ହୋଇଥାଏ। ଏହାସହ ବ୍ୟକ୍ତିଙ୍କୁ ଜୀବନରେ ଶୀଘ୍ର ସଫଳତା ମିଳିଥାଏ। କୁହାଯାଇଛି ଯେ, ନିଷ୍ଠାର ସହ ଇଷ୍ଟଦେବଙ୍କୁ ପୂଜା କରିବା ଦ୍ବାରା ବ୍ୟକ୍ତି ଭାଗ୍ୟବାନ ହୋଇଥାଏ। ଜୀବନରେ ଅନେକ ପ୍ରକାରର ଲାଭ ପାଇବାକୁ ସକ୍ଷମ ହୋଇଥାଏ।

ଇଷ୍ଟଦେବଙ୍କୁ ସଠିକ ଭାବେ ପୂଜା ନ କରିବା ଦ୍ବାରା ତାଙ୍କ କୋପର ଶିକାର ହେବାକୁ ପଡିଥାଏ। ଯାହାଦ୍ବାରା ପାରିବାରିକ ଜୀବନରେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ବ୍ୟକ୍ତି ଅନେକ ପ୍ରକାର ଅସୁବିଧାରେ ମଧ୍ୟ ପଡିପାରେ।

- Advertisement -

କିଛି ଲୋକ ଇଷ୍ଟଦେବଙ୍କ ନିର୍ଦ୍ଧାରଣ ବ୍ୟକ୍ତିର ମୁଖ୍ୟଗ୍ରହ ଦ୍ବାରା କରି ଥାଆନ୍ତି। କୁହାଯାଇଛି ଯେ, ବ୍ୟକ୍ତିଙ୍କୁ ସର୍ବଦା ନିଜ ମୁଖ୍ୟ ଗ୍ରହ ସହ ସମ୍ବନ୍ଧିତ ଦେବତାଙ୍କ ପୂଜା କରିବା ଉଚିତ। କିନ୍ତୁ ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ଯେ, ଗ୍ରହ ସହିତ ଇଷ୍ଟଦେବଙ୍କର କୌଣସି ସମ୍ବନ୍ଧ ନାହିଁ। ଜନ୍ମଜାତକ ଅନୁଯାୟୀ ବ୍ୟକ୍ତି ଇଷ୍ଟଦେବଙ୍କ ନିର୍ଦ୍ଧାରଣ କରିନଥାଆନ୍ତି।

କୁହାଯାଇଛି ଯେ, ପ୍ରତ୍ୟେକ ବ୍ୟକ୍ତି ଈଶ୍ବରଙ୍କର ଏକ ବିଶେଷ ରୂପ ପ୍ରତି ଆକର୍ଷିତ ହୋଇ ଥାଆନ୍ତି। ଈଶ୍ବରଙ୍କର ସେହି ରୂପକୁ ବ୍ୟକ୍ତି ନିଜର ଇଷ୍ଟଦେବ ରୂପେ ପୂଜା କରିଥାଆନ୍ତି। ବ୍ୟକ୍ତି ନିଜର ଇଷ୍ଟଦେବଙ୍କୁ ନିଜ ଇଚ୍ଛା, ଶ୍ରଦ୍ଧା ଓ ଭକ୍ତି  ଦ୍ବାରା ନିର୍ଦ୍ଧାରିତ କରିଥାଏ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories