www.samajalive.in
Monday, December 15, 2025
14.1 C
Bhubaneswar

‘ଯୋଗିନୀ’ ଏକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ରର ଶୁଭମୁକ୍ତି

ଭୁବନେଶ୍ବର: ‘ଯୋଗିନୀ’ ଏକ ପରୀକ୍ଷାମୂଳକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ର ଯାହା ଓଡ଼ିଆ ସିନେମା ଇତିହାସରେ କେବଳ ପ୍ରଥମ ନୁହେଁ ବରଂ ଭାରତୀୟ ସିନେମା ଦୁନିଆରେ ଏପରି ସିନେମା ଆଗରୁ ତିଆରି ହୋଇନାହିଁ। ଦଶମ/ଏକାଦଶ ଶତାବ୍ଦୀର ପୃଷ୍ଠଭୂମିରେ ତିଆରି ଏ ସିନେମାକୁ ଦେଖିଲେ ମନେ ହେବ ଯେମିତି ପୃଥିବୀର ସବୁ ସ୍ତ୍ରୀ ଲୋକମାନଙ୍କ ଭିତରେ ଗୋଟେ ଯୋଗିନୀ ଅଛି। କେବଳ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ କାହାଣୀକୁ ଏତେ ବଳିଷ୍ଠ ରୂପରେ କୁହାଯାଇପାରେ ଯୋଗିନୀ ତା’ର ଏକ ଉଦାହରଣ। ଏହି ସିନେମାରେ ୨୮ଟି ନାୟିକା ରହିଛନ୍ତି।

ପ୍ରତ୍ୟେକଙ୍କର କାହାଣୀ ପ୍ରତ୍ୟେକଙ୍କଠୁ ଭିନ୍ନ ହେଲେ, ସେଇ ଭିନ୍ନତାରେ ଯେ’ କେତେ ସମାନତା ରହିଛି ତାହା ‘ଯୋଗିନୀ’ ଦେଖିଲେ ସହଜରେ ବୁଝି ହେଉଛି । ଯୋଗିନୀର ଉପସ୍ଥାପନା, ତା’ର ନିର୍ଦ୍ଦେଶନା, କାହାଣୀର ଆଧାର, ସଙ୍ଗୀତ, ଚିତ୍ରତ୍ତୋଳନଠୁ ପୋଷାକପତ୍ର ସବୁଥିରେ ନୂତନତ୍ତ୍ୱ ଭରି ରହିଛି । ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ପ୍ରାପ୍ତ ଯୋଗିନୀ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକ ମନର ଗଭୀର ସୁକ୍ଷ୍ମ ଅନୁଭୂତିକୁ ଛୁଇଁଛି।

- Advertisement -

ପ୍ରତ୍ୟେକ ସମ୍ବେଦନଶୀଳ ମଣିଷ ଏ ସିନେମାକୁ ଗଭୀର ଭାବରେ ଉପଭୋଗ କରିବେ। ବୁଦ୍ଧିଜୀବୀ ମହଲରେ ଅନେକ ଆଦୃତ ମଧ୍ୟ ହୋଇଛି ‘ଯୋଗିନୀ’। ଏ ସିନେମାର ପ୍ରଯୋଜନା ସୁପ୍ରସିଦ୍ଧ ଗାୟିକା ସୁସ୍ମିତା ଦାସ ଏବଂ ସୁପ୍ରସିଦ୍ଧ ଲେଖିକା ଓ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିୟତ ପ୍ରଜ୍ଞା ତ୍ରିପାଠୀ କରିଛନ୍ତି। ସୁପ୍ରସିଦ୍ଧ କବି ଓ ଚିନ୍ତକ ହରପ୍ରସାଦ ଦାସଙ୍କ କବିତା ଏ ଚଳଚ୍ଚିତ୍ରର କାହାଣୀ। ସିନେମା ନିର୍ଦ୍ଦେଶନା ଦେଇଛନ୍ତି ବିୟତ ପ୍ରଜ୍ଞା ତ୍ରିପାଠୀ।

ଏ ସିନେମାର ୨୮ଟି ଗୀତ ଯାକ ଗୀତ ଗାଇଛନ୍ତି ସୁସ୍ମିତା ଦାସ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହନ୍ତି। ଚିତ୍ରତ୍ତୋଳନ କରିଛନ୍ତି ଓଡ଼ିଆ ସିନେମା ଜଗତର ପ୍ରସିଦ୍ଧ କ୍ୟାମେରାମ୍ୟାନ ଧ୍ରୁବାନନ୍ଦ ପଣ୍ଡା। ନୃତ୍ୟ ନିର୍ଦ୍ଦେଶନା ବିୟତ ପ୍ରଜ୍ଞା ତ୍ରିପାଠୀ ଓ ସଫିଉଲ ହକ୍ । ପୋଷାକ ସାଜସଜ୍ଜା ବିଜ୍ଞାନ ପ୍ରଜ୍ଞା ପାଣି। ଏଡିଟିଂ କରିଛନ୍ତି ରାଜେଶ ଦାଶ ଓ ସାଉଣ୍ଡ ଡିଜାଇନ କରିଛନ୍ତି ନିତ୍ୟ ଶ୍ରୀରଞ୍ଜନ। ‘ଯୋଗିନୀ’ ଗୋଟେ କାଳଜୟୀ ସିନେମା । ପୃଥିବୀ ଯେତେ ପୁରୁଣା ହେଲେ ବି ଏ ସିନେମା ସବୁଦିନେ ସମକାଳୀନ ହୋଇ ରହିବ ବୋଲି ନିର୍ଦ୍ଦେଶକ ମତ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories