BJD Bijuli 287×100

ଜୟପୁର ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି, ପୁଣି ଲଢିବେ ଗୌତମ ସାମନ୍ତରାୟ

bjd gruha runa banner

ଭୁବନେଶ୍ବର : ଜୟପୁର ବିଧାନସଭା ଆସନ ପାଇଁ ଗୌତମ ସାମନ୍ତରାୟଙ୍କୁ ମଇଦାନକୁ ଆଣିଛି ବିଜେପି । ଓଡ଼ିଶା ବିଧାନସଭା ପାଇଁ ବିଜେପି ପୂର୍ବରୁ ୨ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଏବେ ପୁଣି ଏକ ପ୍ରାର୍ଥୀ ତାଲିକା ଜାରି କରିଛି । ଜୟପୁର ଆସନ ପାଇଁ ଦଳ ଗୌତମ ସାମନ୍ତରାୟଙ୍କୁ ଟିକେଟ ଦେଇଛି । ଗତ ବିଧାନସଭା ନିର୍ବାଚନରେ ମଧ୍ୟ ଗୌତମ ଏହି ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ଏଥର ମଧ୍ୟ ଦଳ ପୁଣି ତାଙ୍କୁ ଟିକେଟ୍ ଦେଇଛି । କହିରଖୁଛୁ ଜୟପୁର ବିଧାନସଭା ପ୍ରାର୍ଥୀ ଭାବେ ବିଜେଡି ଇନ୍ଦିରା ନନ୍ଦଙ୍କୁ ଟିକେଟ୍ ଦେଇଥିବାବେଳେ ପୂର୍ବରୁ ତାରାପ୍ରସାଦ ବାହିନୀପତିଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କହିରଖୁଛୁ ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ ।

୨୫ରେ ଓଡ଼ିଶା ଆସିବେ ଅମିତ ଶାହ

Comments are closed.