www.samajalive.in
Monday, December 15, 2025
14.1 C
Bhubaneswar

ଲଣ୍ଡନ ମେୟର ନିର୍ବାଚନ: ମଇଦାନରେ ସାମ୍ନାସାମ୍ନି ହେବେ ଭାରତୀୟ-ପାକିସ୍ତାନୀ ବଂଶୋଦ୍ଭବ

ନୂଆଦିଲ୍ଲୀ: ଇଂଲଣ୍ଡର ଲଣ୍ଡନ ମେୟର ପଦବୀ ପାଇଁ ଆସନ୍ତା ମେ ୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏଥର ଏହି ପଦବୀ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୨ ପ୍ରାର୍ଥୀଙ୍କୁ ନେଇ ଚର୍ଚା ଜୋର୍‌ ଧରିଛି। କାରଣ ପ୍ରାର୍ଥୀଦ୍ବୟଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଏବଂ ଅନ୍ୟଜଣେ ପାକିସ୍ତାନୀ। କିଏ ଏଥିରେ ବାଜି ମାରିବ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ପାକିସ୍ତାନୀ ବଂଶୋଦ୍ଭବ ସାଦିକ୍‌ ଖାନ ବିଗତ ୨ଟି ନିର୍ବାଚନରେ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଚଳିତବର୍ଷ ତାଙ୍କୁ ଟକ୍କର ଦେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ତରୁଣ ଗୁଲାଟି। ୬୩ ବର୍ଷୀୟ ତରୁଣ ହେଉଛନ୍ତି ଦିଲ୍ଲୀର ମୂଳ ବାସିନ୍ଦା। ମେୟର ନିର୍ବାଚନରେ ବିଭିନ୍ନ ଦଳରୁ ମୋଟ ୧୩ ଜଣ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ତରୁଣ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ କହିଛନ୍ତି ଯେ, ଲଣ୍ଡନ ନାଗରିକମାନଙ୍କୁ ସମସ୍ତ ରାଜନୈତିକ ଦଳ ନିରାଶ କରିଛନ୍ତି। ସେ ଅନୁଭବୀ ସିଇଓ ଭାବରେ ଲଣ୍ଡନକୁ ଚଳାଇବାକୁ ଚାହୁଁଛନ୍ତି, ଯେଉଁଥିରୁ ସମସ୍ତଙ୍କୁ ଲାଭ ମିଳିପାରିବ।

- Advertisement -

ଉଲ୍ଲେଖଯୋଗ୍ୟ, ତରୁଣ ସିଟିବ୍ୟାଙ୍କ ଏବଂ ଏଚଏସବିସି ସହିତ ୬ଟି ଦେଶରେ କାର୍ଯ୍ୟ କରିଛନ୍ତି। ଏସଏଚବିସିରେ ସେ ଜଣେ ଅନ୍ତର୍ଜାତୀୟ ପ୍ରବନ୍ଧକ ଭାବେ କାର୍ଯ୍ୟ କରିଛନ୍ତି। ସେ ଲଣ୍ଡନକୁ ଭିନ୍ନ ଏକ ବିଶ୍ବସ୍ତରୀୟ ସହର ଭାବେ ନିର୍ମାଣ କରିବାକୁ ଚାହୁଁଛି ବୋଲି ତରୁଣ କହିଛନ୍ତି। ତାଙ୍କ ନଜରରେ ଲଣ୍ଡନ ସମଗ୍ର ବିଶ୍ବର ଏକ ବିଶ୍ବବ୍ୟାଙ୍କ ଭଳି, ଯେଉଁଠି ଦୁନିଆର କୋଣ ଅନୁକୋଣର ଲୋକେ ଏକତ୍ର ହୁଅନ୍ତି। ତେବେ ତରୁଣଙ୍କୁ ଲଣ୍ଡନରେ ରହୁଥିବା ଭାରତୀୟମାନଙ୍କଠାରୁ ବେଶ୍‌ ସମର୍ଥନ ମିଳୁଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories