www.samajalive.in
Friday, December 5, 2025
23.1 C
Bhubaneswar

ସାମସଙ୍ଗ ଆଣିଲା ନୂଆ ମଡେଲ: ଦାମ୍ କମ୍, ଫିଚର୍ସ ଅଧିକ

ନୂଆଦିଲ୍ଲୀ : ସାମସଙ୍ଗ ଭାରତୀୟ ବଜାରରେ ଗାଲାକ୍ସି F15 5G ସ୍ମାର୍ଟଫୋନର ନୂଆ ଭେରିଏଣ୍ଟ ଲଞ୍ଚ୍ କରିଛି । କମ୍ପାନୀ ଏହି ମଡେଲର ୮ ଜିବି ଏବଂ ୧୨୮ ଜିବି ଭେରିଏଣ୍ଟକୁ ମାତ୍ର ୧୫,୯୯୯ ଟଙ୍କା ଦାମରେ ନେଇଆସିଛି । କମ୍ପାନୀ ୨ ମାସ ପୂର୍ବରୁ ଏହାର ୪ ଏବଂ ୧୨୮ ଜିବି ଭେରିଏଣ୍ଟ ଏବଂ ୬ ସହ ୧୨୮ ଜିବି ଭେରିଏଣ୍ଟ ଆଣିଥିଲା ।

୧୮ହଜାରର ସାମସଙ୍ଗ ସ୍ମାର୍ଟ ଫୋନ୍‌‌ ଏବେ ୧୨ହଜାରରେ: ପ୍ରବଳ ମାତ୍ରାରେ ହେଉଛି ବିକ୍ରି

- Advertisement -

ଏଥିରେ ୬ ହଜାର ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି । ଆମୋଲେଡ୍ ଡିସପ୍ଲେ ସହିତ ଏଥିରେ ଅନେକ ଫିଚର୍ସ ରହିଛି । ଏଥିରେ ୩ଟି ରଙ୍ଗର ବିକଳ୍ପ ଯଥା କଳା, ଭାଓଲେଟ୍ ଏବଂ ସବୁଜ ରଙ୍ଗ ଉପଲବ୍ଧ । ଏଥିରେ ଅତ୍ୟାଧୁନିକ ସୁରକ୍ଷା ସହ ନକ୍ସ ଓ୍ବାଲ୍ଟ ଚିପସେଟ୍ ଦିଆଯାଇଛି । ଫୋନରେ ୫୦ ଏମପିର ଟ୍ରିପଲ କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ ଫୋନରେ ୧୩ ଏମପିର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ୬ ହଜାର ଏମଏଏଚ୍ ବ୍ୟାଟେରୀ ସହିତ କମ୍ପାନୀ ୨୫ ଡବ୍ଲୁ ସୁପର ଫାଷ୍ଟ ଚାର୍ଜିଂ ଫିଚର ମଧ୍ୟ ଦେଇଛି । ତେବେ ଫୋନର ୪ ଏବଂ ୧୨୮ ଜିବି ଭେରିଏଣ୍ଟର ଦାମ୍ ୧୨,୯୯୯ ଟଙ୍କା ହୋଇଥିବାବେଳେ ୬ ଏବଂ ୧୨୮ ଜିବି ଭେରିଏଣ୍ଟର ଦାମ୍ ୧୪,୪୯୯ ଟଙ୍କା ରଖିଛି କମ୍ପାନୀ ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories