ବୋର୍ଡ଼ ଅଫିସ ଅଗ୍ନିକାଣ୍ଡ ମାମଲାର ହେବ କ୍ଷୟକ୍ଷତି ଆକଳନ
ସମ୍ବଲପୁର : ସମ୍ବଲପୁର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସରେ ହୋଇଥିବା ଅଗ୍ନିକାଣ୍ଡ କ୍ଷୟକ୍ଷତିର ଆକଳନ ଶୁକ୍ରବାର କରାଯିବ। ଆକଳନ ହେବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ର୍ବୋଡ଼ ସଭାପତି କହିଥିବା ସୂଚନା ମିଳିଛି। ତାଙ୍କ ମତ ଅନୁଯାୟୀ ସେଠାରେ ଅଷ୍ଟମ ଓ ନବମ ଶ୍ରେଣୀର ବହି ସଂରକ୍ଷିତ ରଖାଯାଇଥିଲା। ବହିପତ୍ର ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଥିବା ଜଣାପଡ଼ିଛି।
ଅନ୍ୟପଟେ ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ କିଏ ନିଆଁ ଲଗାଇଲା ତାହାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ସମ୍ବଲପୁର ସଦର ଏସଡ଼ିପିଓ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।