nua o banner

ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

BJD Bijuli 480×75 Mob

ସମ୍ବଲପୁର: ସାଧାରଣ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଜୋରସୋରରେ ଆରମ୍ଭ ହୋଇ ସାରିଥିବାରୁ ନେତା ମାନେ ନିଜ ନିଜ ଢ଼ଙ୍ଗରେ ପ୍ରଚାର ପ୍ରସାର କରୁଛନ୍ତି। ଏହି କ୍ରମରେ ଶନିବାର ବିଜେପିର ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଭିଏସଏସ ଷ୍ଟାଡିୟମ ଠାରେ ଅଗ୍ନିବୀର ପାଇଁ ପ୍ରଶିକ୍ଷଣ ନେଉଥିବା ଯୁବ ଶକ୍ତି ମାନଙ୍କୁ ଶ୍ରୀ ପ୍ରଧାନ ସାକ୍ଷାତକାର କରି ଭାବ ବିନିମୟ କରିଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ପାଖରେ ଅଦମ୍ୟ ସାହାସ ଓ ଶାରିରୀକ ଶକ୍ତି ସହିତ ପ୍ରଚଣ୍ଡ ଦେଶପ୍ରେମ ଏବଂ ଏକ ବଡ ଉଦ୍ଦେଶ୍ୟ ରହିଥିଲା। ଦେଶରୁ ବ୍ରିଟିଶ ରାଜ ହଟାଇବା ସଂକଳ୍ପରେ ସେ କୌଣସି ବୁଝାମଣା ନ କରି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ କରି ଶହୀଦ ହୋଇଥିଲେ। ଏଣୁ ତାଙ୍କ ପରି ଦେଶ ପ୍ରେମରେ ଉଦବୁଦ୍ଧ ହେବାକୁ ପ୍ରଶିକ୍ଷାର୍ଥୀ ମାନଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

Comments are closed.