www.samajalive.in
Saturday, December 6, 2025
17.1 C
Bhubaneswar

ବଜାରକୁ ଆସିଗଲା ଏମିତି ଏସି: ଟାଙ୍ଗିବାକୁ ପଡିବନି, କେମିତି ରଖିବେ, ଜାଣନ୍ତୁ ଦାମ୍…

ନୂଆଦିଲ୍ଲୀ: ଦିନକୁ ଦିନ ଖରାର ପ୍ରକୋପ ବଢିବାରେ ଲାଗିଛି। ଗରମ ଏବଂ ଗୁଳୁଗୁଳି ଜନଜୀବନକୁ ପୁରା ଦୁର୍ବିସହ କରିପକାଇଛି। ଗରମର ମାତ୍ରା ଏତେ ଅଧିକ ରହିଛି ଯେ,  କେବଳ ପଙ୍ଖା ପବନରେ କାମ ଚଳୁନି। ଏପରି ପରିସ୍ଥିତିରେ ଯଦି ଆପଣମାନେ ନୂଆ ଏସି କିଣିବାକୁ ଯୋଜନା କରୁଛନ୍ତି,  ତେବେ ଆସନ୍ତୁ ଆମେ ଆପଣ ମାନଙ୍କୁ ଲାୟଡ୍ ୧ଟନ୍ ୩ ଷ୍ଟାର୍ ପୋର୍ଟେବଲ ଏସି ବିଷୟରେ କହୁଛୁ ,  ଯାହା ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ। ଏହାକୁ ଆପଣ ଘରର ଯେକୌଣସି କୋଣରେ ମଧ୍ୟ ରଖିପାରିବେ। ଅଲଗା ଏସି ଭଳି ଏହାକୁ ଘର କାନ୍ଥରେ ଟାଙ୍ଗିବା ଦରକାର ନାହିଁ। ଏହାକୁ ବ୍ୟବହାର କରିବା ଅତି ସହଜ ଏବଂ ଏଥିରେ ଅଧିକ ସୁବିଧା ଉପଲବ୍ଧ ରହିଛି। ୧ ଟନ୍ କ୍ଷମତା ବିଶିଷ୍ଟ ଏସିର ଦାମ୍  ଫ୍ଲିପକାର୍ଡ ଅନଲାଇନ୍ ସାଇଡରେ ୩୯ ହଜାର ୯୦୦ ଟଙ୍କା ରହିଛି। କମ୍ପାନୀ ଏହି ଏସି ଉପରେ ୨୭ ପ୍ରତିଶତର ରିହାତି ଦେଉଛି। ଏହାର ଏମଆରପି ମୂଲ୍ୟ ୫୪ ହଜାର ୯୯୦ ରହିଛି। ଆହୁରି ମଧ୍ୟ ଯଦି ଆପଣମାନେ ଏହି ଏସି କିଣିବାବେଳେ କୌଣସି ବ୍ୟାଙ୍କର କାର୍ଡ ପେମେଣ୍ଟ କରୁଛନ୍ତି , ତେବେ ଆପଣଙ୍କୁ ୧୦ ପ୍ରତିଶତର ରିହାତି ମିଳିପାରିବ। କମ୍ପାନୀ ଏହି ଏସି ଉପରେ ବର୍ଷକର ଓ୍ବାରେଣ୍ଟି ଦେଉଛି। ଏଏହି ପୋର୍ଟେବଲ୍ ଏସିର ବିଶେଷତ୍ୱ ​​ହେଉଛି ଏହା ଟୁ ୱେ ଏୟାର ଡାଇରେକ୍ଟ୍ ସହିତ ଭଲ ଥଣ୍ଡା ପ୍ରଦାନ କରିଥାଏ। ୧୦୦ ବର୍ଗଫୁଟ କୋଠରୀ ପାଇଁ ଏହି ଏସି ବହୁତ ଭଲ। କମ୍ପାନୀ ଦାବି କରିଛି ଯେ ଏହି ପୋର୍ଟେବଲ୍ ଏସି ୧୫ ପ୍ରତିଶତ ବିଦ୍ୟୁତ୍ ସଞ୍ଚୟ କରୁଛି। ଆହୁରି ମଧ୍ୟ, ଏହି ଏସି ଅଟୋ ସୁଇଙ୍ଗ୍, ଅଟୋ ରିଷ୍ଟାଟ୍ ,  ସେଲ୍ଫ୍ ଡାଇଗ୍ନୋସିସ୍ ଫଙ୍କସନ୍, ଟୁ ୱେ ସୁଇଙ୍ଗ୍, ଉଚ୍ଚ ଦକ୍ଷତା କୁଲିଂ ଟ୍ୟୁବ୍, କ୍ଲିନ୍ ଏୟାର ଫିଲ୍ଟର୍  ଭଳି ଅନେକ ଶକ୍ତିଶାଳୀ ଫିଚର ରହିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories