www.samajalive.in
Sunday, December 7, 2025
26.1 C
Bhubaneswar

ଭୋଟର ଶକ୍ତିକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ – ମୁଖ୍ୟ ନିର୍ବାଚନ କମିଶନର

ଡେସ୍କ: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଜୋର ଦେଇ କହିଛନ୍ତି ଯେ, ଗୋଟିଏ ଭୋଟର ଶକ୍ତିକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ, କାରଣ ଅନେକ ଉଦାହରଣ ରହିଛି ଯେତେବେଳେ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୋଟିଏ ଭୋଟ୍ ଗୁରୁତ୍ୱପୂର୍ଣ୍ଣ। ଏହି ନିର୍ବାଚନ ସମସ୍ତଙ୍କ ଗର୍ବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଅସହ୍ୟ ଗରମ, ଅଧାରୁ ଅଧିକ ଓଡ଼ିଶାରେ ଜନଜୀବନ ଅସ୍ତବ୍ୟସ୍ତ

- Advertisement -

ଶ୍ରୀ କୁମାର ଭୋଟରମାନଙ୍କୁ ନିଜର ଗଣତାନ୍ତ୍ରିକ ଦାୟିତ୍ୱ ବୁଝିବା ପାଇଁ ନିବେଦନ କରି କହିଛନ୍ତି ଯେ ନିର୍ବାଚନ ଲୋକଙ୍କର ଏବଂ ପସନ୍ଦ ସେମାନଙ୍କର। ସେମାନେ ନିଜ ପରିବାର, ପିଲା, ଗାଁ, ସହର ଓ ଦେଶ ପାଇଁ ଏହା କରିବା ଉଚିତ ବୋଲି ସେ କହିଛନ୍ତି।ଜନସାଧାରଣଙ୍କ ବିବେକପୂର୍ଣ୍ଣ ଏବଂ ଉତ୍ସାହଜନକ ଅଂଶଗ୍ରହଣ ଉପରେ ମୁଖ୍ୟ ନିର୍ବାଚନ କମିଶନର ଗୁରୁତ୍ୱାରୋପ କରିଥିଲେ।

ପ୍ରସ୍ତୁତି ଶେଷ, ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ

ଗ୍ରୀଷ୍ମ ପ୍ରବାହ ସମୟରେ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ କୁମାର ଲୋକଙ୍କୁ ପରାମର୍ଶ ଦେବା ସହ ଭାରତୀୟ ଭୋଟରଙ୍କ ଉତ୍ସାହ ଗ୍ରୀଷ୍ମ ପ୍ରବାହକୁ ମାତ୍ ଦେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories