www.samajalive.in
Saturday, December 13, 2025
26.1 C
Bhubaneswar

ଅସହ୍ୟ ଗରମ, ଅଧାରୁ ଅଧିକ ଓଡ଼ିଶାରେ ଜନଜୀବନ ଅସ୍ତବ୍ୟସ୍ତ

ଡେସ୍କ: ଆଜି ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ବାଲେଶ୍ୱର, ହୀରାକୁଦ, ଚାନ୍ଦବାଲି, କେନ୍ଦୁଝର ଓ ରାଉରକେଲା ଭଳି ସହରରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଦିନରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି।

ଥରେ ଚାର୍ଜ କଲେ ୮୦୦ କି.ମି. ଯିବ ଏହି ଇଲେକ୍ଟ୍ରିକ୍ କାର୍, ଦାମ୍ ମାତ୍ର ଏତିକି…

- Advertisement -

ଆଜିଠାରୁ ଶନିବାର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଶନିବାର ସୁଦ୍ଧା ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବ। ଆସନ୍ତା ଦୁଇ ଦିନ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ନୟାଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।

ପ୍ୟାର୍ କିଆ ତୋ ଡ଼ରନା କ୍ୟା…ଥାନାରେ ଶିଷ୍ୟାକୁ ବାହାହେଲେ ଗୁରୁ

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଭୁବନେଶ୍ୱରରେ ଦିନ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୪୩.୫, ଅନୁଗୁଳରେ ୪୩.୩, ଝାରସୁଗୁଡ଼ାରେ ୪୨.୮, ବାରିପଦାରେ ୪୨.୬, ମାଲକାନଗିରିରେ ୪୨.୫, ଟିଟଲାଗଡ଼ରେ ୪୨.୫, ଖୋର୍ଦ୍ଧାରେ ୪୨.୫, ଜଗତସିଂହପୁରରେ ୪୨.୩, ବାଲେଶ୍ୱରରେ ୪୨.୨, ନୂଆପଡାରେ ୪୨.୨ ଓ ତାଳଚେରରେ ୪୨.୨ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।

ତ୍ରୁଟିଶୂନ୍ୟ ନିର୍ବାଚନ ହିଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମୂଳ ଲକ୍ଷ୍ୟ

ସେହିପରି ସମ୍ବଲପୁରରେ ୪୨.୨, ନୟାଗଡରେ ୪୨, ଭବାନୀପାଟଣାରେ ୪୨, ଢେଙ୍କାନାଳରେ ୪୨, ବଲାଙ୍ଗୀରରେ ୪୨, ଯାଜପୁରରେ ୪୧.୮ ପାରଳାଖେମୁଣ୍ଡିରେ ୪୧.୮, ହୀରାକୁଦରେ ୪୧.୬, ସୁନ୍ଦରଗଡ଼ରେ ୪୧.୪, କଟକରେ ୪୧.୪, କେନ୍ଦ୍ରାପଡାରେ ୪୧.୪, ବରଗଡ଼ରେ ୪୧.୨, ଚାନ୍ଦବାଲିରେ ୪୧.୨, ନବରଙ୍ଗପୁରରେ ୪୧, ଭଦ୍ରକରେ ୪୧, କେନ୍ଦୁଝରଗଡ଼ରେ ୪୦.୯, ଛତ୍ରପୁରରେ ୪୦.୮, ସୋନପୁରରେ ୪୦.୭, ଫୁଲବାଣୀରେ ୪୦.୪, ରାଉରକେଲାରେ ୪୦.୪, ରାୟଗଡ଼ାରେ ୩୯.୪, ଦେବଗଡ଼ରେ ୩୯, କୋରାପୁଟରେ ୩୮.୨, ଦାରିଙ୍ଗିବାଡ଼ିରେ ୩୭.୫, ପାରାଦୀପରେ ୩୬.୩, ଗୋପାଳପୁରରେ ୩୪.୮ ଓ ପୁରୀରେ ୩୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories