www.samajalive.in
Sunday, December 7, 2025
26.1 C
Bhubaneswar

ଥରେ ଚାର୍ଜ କଲେ ୮୦୦ କି.ମି. ଯିବ ଏହି ଇଲେକ୍ଟ୍ରିକ୍ କାର୍, ଦାମ୍ ମାତ୍ର ଏତିକି…

ନୂଆଦିଲ୍ଲୀ : ଚୀନର ଫର୍ଷ୍ଟ ଅଟୋ ଓ୍ବକର୍ସ(ଏଫଏଡବ୍ଲୁ) ଗତ ବର୍ଷ ସାଓମା ଛୋଟ ଇଲେକ୍ଟ୍ରିକ୍ ଗାଡି ଆଣିଥିଲା । ଏହି କାର ସହିତ କମ୍ପାନୀ ଛୋଟ ଇଲେକ୍ଟ୍ରିକ୍ ଗାଡି ବଜାରରେ ନିଜ ଭାଗିଦାରୀ ବଢାଇବାକୁ ଚାହୁଁଛି । ଏଫଏଡବ୍ଲୁ ବେଷ୍ଟ୍ୟୁନ ସାଓମାର ସିଧା ମୁକାବିଲା ବୁଲିଂ ହୋଙ୍ଗଗୁଆଙ୍ଗ ମିନି ଇଭି ସହିତ ହେବ । ଚୀନରେ ଛୋଟ ଇଲେକ୍ଟ୍ରିକ୍ କାରର ଚାହିଦା ବହୁତ ଅଧିକ । ଏହାର ଦାମ୍ ସେଠାରେ ପ୍ରାୟ ୩୦ ହଜାରରୁ ୫୦ ହଜାର ୟୁଆନ୍(ପ୍ରାୟ ୩.୪୭ ଲକ୍ଷରୁ ୫.୭୮ ଲକ୍ଷ ଟଙ୍କା) ମଧ୍ୟରେ ରହିଛି । ଖୁବ୍ ଶୀଘ୍ର ଏହାକୁ ଭାରତୀୟ ବଜାରକୁ ମଧ୍ୟ ଆଣିବା ପାଇଁ ଲକ୍ଷ୍ୟ ରଖିଛି କମ୍ପାନୀ । ଭାରତରେ ଏହାର ସିଧା ମୁକାବିଲା ଟାଟା ଟିଆଗୋ ଇଭି ଏବଂ ଏମଜି କମେଟ୍ ଇଭି ସହିତ ହେବ ।

ବଜାରକୁ ଆସିଲା ଇ-ଅଟୋ, ମାତ୍ର ୧୫ ମିନିଟରେ ହେବ ଚାର୍ଜ

- Advertisement -

ଏଥିରେ ୨୦ କିଲୋଓ୍ବାଟର ଇଲେକ୍ଟ୍ରିକ୍ ମୋଟର ରହିଛି । ଏଥିରେ ୩ଟି ଡୋର୍ ରହିଛି । ଏହାର ଲମ୍ବ ୩ ହଜାର ଏମଏମ ଏବଂ ୧୫୧୦ ଏମଏମ୍ ପ୍ରସ୍ଥ । ଥରେ ଚାର୍ଜ କଲେ ଏଥିରେ ୮୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ । କମ୍ପାନୀ ୨୦୨୩ରେ ଶାଙ୍ଘାଇ ଅଟୋ ଶୋରେ ଏହି ଗାଡିକୁ ପ୍ରଦର୍ଶିତ କରିଥିଲା । ଏହି ଗାଡିରେ ଟଚସ୍କ୍ରିନ୍ ଇନଫୋଟେଣ୍ଟମେଣ୍ଟ ଦିଆଯାଇଛି । ଏହାର ଆକାର ଛୋଟ ହୋଇଥିବାରୁ ଏହା ଗଳି କନ୍ଦି ରାସ୍ତାରେ ସହଜରେ ଯାତ୍ରା କରିପାରିବ । ତେବେ ଭାରତରେ କେବେ ଏହାର ବଜାର ପ୍ରବେଶ ହେବ ସେନେଇ କମ୍ପାନୀ କୌଣସି ସୂଚନା ଦେଇନି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories