www.samajalive.in
Saturday, December 13, 2025
23.1 C
Bhubaneswar

ତିନି ବର୍ଷରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ତାର ସୂଚନା ନାହିଁ : କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର ଗତ ତିନି ବର୍ଷ ମଧ୍ୟରେ କେତେଜଣ ଚାଷୀ ଆତ୍ମହତ୍ୟା ରକିଛନ୍ତି ତାର ସୂଚନା ନାହିଁ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂହ ମଙ୍ଗଳବାର ଲୋକସଭାରେ ଏଖ ଲିଖିତ ଉତ୍ତରରେ ଜଣାଇଛନ୍ତି। ତାଙ୍କ କହିବା ଅନୁସାରେ ଜାତୀୟ ଅପରାଧ ଓ ଅପରାଧୀ ରେକର୍ଡ ବ୍ୟୁରୋ (ଏନ୍‍ସିଆରବି) ୨୦୧୬ରୁ କୃଷକଙ୍କ ଆତ୍ମହତ୍ୟା ସମ୍ପର୍କିତ କୌଣସି ତଥ୍ୟ ପ୍ରକାଶ କରିନାହିଁ। ସୂଚନା ଅନୁସାରେ ମଙ୍ଗଳବାର ତୃଣମୂଳ କଂଗ୍ରେସ ସାଂସଦ ଦିନେଶ ତ୍ରିବେଦୀ ୨୦୧୬ରୁ ଏ ପର୍ଯ୍ୟନ୍ତ କେତେଜଣ କୃଷକ ଆତ୍ମହତ୍ୟା କରିଛନ୍ତି ଓ କେତେ ଟଙ୍କା କ୍ଷତିପୂରଣ ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଲିଖିତ ଉଉତ୍ତରରେ କେନ୍ଦ୍ର କୃଷି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗୃହ ମନ୍ତ୍ରୀ ଅଧୀନ ଏନ୍‍ସିଆରବି ଆତ୍ମହତ୍ୟା ସମ୍ପର୍କିତ ସଂଖ୍ୟା ଓ ତଥ୍ୟ ପ୍ରକାଶ କରିଥାଏ। ଏନ୍‍ସିଆରବି ୱେବସାଇଟରେ ଏନେଇ ୨୦୧୫ ପର୍ଯ୍ୟନ୍ତ ତଥ୍ୟ ଉପଲବ୍ଧ ରହିଛି। ୨୦୧୬ ପରଠାରୁ ଏନେଇ କିଛି ପ୍ରକାଶ କରାଯାଇନାହିଁ। ଚାଷୀଙ୍କ ଆତ୍ମହତ୍ୟା ସମ୍ପର୍କିତ ରିପୋର୍ଟ ରାଜ୍ୟ ସରକାରମାନେ ଏନ୍‍ସିଆରବି ନିକଟଠୁ ପଠାଇଥାନ୍ତି। ସମସ୍ତ ତଥ୍ୟକୁ ଏକାଠି କରି ଏନ୍‍ସିଆରବି ରିପୋର୍ଟ ପ୍ରକାଶ କରିଥାଏ। ଏହି ତଥ୍ୟ ‘ଭାରତରେ ଦୁର୍ଘଟଣାଜନିତ ମୃତ୍ୟୁ ବା ଆତ୍ମହତ୍ୟା’ ଶୀର୍ଷକ ରିପୋର୍ଟରେ ପ୍ରକାଶ ପାଇଥାଏ। ୨୦୧୫ରେ ଉପଲବ୍ଧ ତଥ୍ୟ ଅନୁସାରେ ପାଖାପାଖି ୮,୦୦୦ କୃଷକ ଆତ୍ମହତ୍ୟା କରିଥିଲେ। କେବଳ ମହାରାଷ୍ଟ୍ରରେ ୩୦୩୦ ଜଣ କୃଷକ ଆତ୍ମହତ୍ୟା କରିଥିଲେ। ଏହା ପଛକୁ ତେଲଙ୍ଗାନାରେ ୧୩୫୮ କୃଷକ ଓ କର୍ଣ୍ଣାଟକରେ ୧୧୯୭ କୃଷକ ଆତ୍ମହତ୍ୟା କରିଥିଲେ।

Hot this week

କଲକାତାରେ ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories