ଭୁବନେଶ୍ବର : ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ସାମାଜିକ ଗଣମାଧ୍ୟମ ଠାରୁ ଦୂରେଇ ରହିବାର ମନ୍ତ୍ରକୁ ଆପଣାଇବାକୁ ପଡିବ। ଏହାଦ୍ୱାରା ସମୟ ବଞ୍ଚିବ ଓ ପରୀକ୍ଷା ପାଇଁ ପ୍ରସ୍ତୁତକାରୀ ଅଯଥା ମାନସିକ ଦୁଶ୍ଚିନ୍ତାରେ ପଡିବେ ନାହିଁ। ଏହା କହିଛନ୍ତି ୨୦୧୭ ଓଡ଼ିଶା ପ୍ରଶାସନିକ ସେବା ଟପ୍ପର ଆୟୁଷୀ ମହାପାତ୍ର। ଯୁବପିଢି ଫେସବୁକ ହ୍ବାଟ୍ସଆପ, ଟ୍ବିଟର ଆଦି ସାମାଜିକ ଗଣମାଧ୍ୟମ କବଳରୁ ମୁକିଳିବା କଷ୍ଟକର ହୋଇଥାଏ। ତେଣୁ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ଏଥିରୁ ଦୂରରେ ରହିବା ଦରକାର ବୋଲି ସେ କହିଛନ୍ତି।
ଆୟୁଷୀ ଓଡିଶା ପ୍ରଶାସନିକ ସେବା ପାଇଁ ଦୀର୍ଘ ଏକ ବର୍ଷ ଧରି ପ୍ରସ୍ତୁତ କରୁଥିଲେ। ଆଉ ପ୍ରଥମ ପ୍ରର୍ଯ୍ୟାୟରେ ହିଁ ଓଡ଼ିଶା ପ୍ରଶାସନିକ ସେବା ପାଇବା ସହ ଟପ୍ପର ମଧ୍ୟ ହୋଇଥିଲେ। ଆୟୁଷୀ ଭୁବନେଶ୍ୱର ନୂଆଗାଁ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ। ପରେ ବିଜେବି ଜୁନିୟର ମାହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢିଥିଲେ। ଏହାସହ ଆୟୁଷୀ ମେକାନିକାଲ ଇଞ୍ଜିନିୟରିଂରେ ବି.ଟେକ କରିଛନ୍ତି। ହାଇଦ୍ରାବାଦରେ ଦୁଇ ବର୍ଷ ଚାକିରୀ କରିବା ପରେ ପ୍ରଶାସନିକ ସେବା ପ୍ରସ୍ତୁତ ପାଇଁ ଆୟୁଷୀ ଚାକିରି ଛାଡି ଦେଇଥିଲେ। ଆୟୁଷୀଙ୍କ ଏହି ଅଦମ୍ୟ ଇଚ୍ଛା ତାଙ୍କୁ ସଫଳତାରେ ପହଞ୍ଚାଇଛି।
ସମାଜିକ ଗଣମାଧ୍ୟମରୁ ଦୂରେଇ ରୁହନ୍ତୁ : ଓଏଏସ୍ ଟପ୍ପର
Popular Categories



