www.samajalive.in
Sunday, December 7, 2025
26.1 C
Bhubaneswar

ମେ ୧୩ରେ ରାଜ୍ୟରେ ୪ଲୋକସଭା ଓ ୨୮ବିଧାନସଭାରେ ପଡିବ ଭୋଟ

ଭୁବନେଶ୍ୱର: ଓଡ଼ିଶାରେ ମେ ୧୩ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ଟି ଲୋକସଭା ଆସନ ସହିତ ୨୮ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ପୁରା ତଥ୍ୟ ବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ୪ଟଇ ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସହ ୨୮ଟି ବିଧାନସଭା ଆସନରେ ଭୋଟ ପଡିବ। ଆଜିଠୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବା ଆରମ୍ଭ କରିବେ। ୨୫ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୪ଟି ସଂସଦୀୟ କ୍ଷେତ୍ରରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୬୨ଲକ୍ଷ ୮୪ହଜାର ୬୪୯ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ମତଦାନ ପାଇଁ ମୋଟ ୭୨୮୯ ପୋଲିଂ ଷ୍ଟେସନ ହୋଇଥିବା ବେଳେ ଏହି ସବୁ କ୍ଷେତ୍ରରୁ ସି ଭିଜିଲରେ ୫୮୭ ଅଭିଯୋଗ ଆସିଛି। ୫୮୨ଟି ଅଭିଯୋଗର ସମାଧାନ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ପୋଷ୍ଟର ଓ ବ୍ୟାନରକୁ ନେଇ ଅଧିକ ଅଭିଯୋଗ ଆସୁଥିବା କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ।
ସେହିପରି ନିର୍ବାଚନ ଆଚରଣ ବିଧି ଲାଗିବା ପରଠାରୁ ଏବେ ପର୍ଯ୍ୟନ୍ତ ୧୧୮.୬୫କୋଟି ମୂଲ୍ୟର ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଯେଉଁଥିରୁ ୨କୋଟି ୭ଲକ୍ଷ ନଗଦ ଟଙ୍କା, ୧୮କୋଟି ୧୯ଲକ୍ଷ ମୂଲ୍ୟର ମାଦକ ଦ୍ରବ୍ୟ, ୪୩.୬୯କୋଟି ମୂଲ୍ୟର ଗଞ୍ଜେଇ ଓ ବ୍ରାଉନସୁଗାର, ୭.୧୭କୋଟି ଟଙ୍କାର ସୁନା ଜବତ ହୋଇଛି। ୪ଟି ସଂସଦୀୟ କ୍ଷେତ୍ର ପାଇଁ ୩ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏମାନେ ପୁରା ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖିବେ।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories