ଡେସ୍କ: ଭାରତୀୟ ରେଡ଼କ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ସଖା ଦ୍ୱାରା ପରିଚାଳିତ ‘ସହାୟ’, ସ୍ୱତନ୍ତ୍ର ବିଦ୍ୟାଳୟ, ମଙ୍ଗଳାବାଗ, କଟକଠାରେ ମେ’ ୫ରୁ ୧୯ ପର୍ଯ୍ୟନ୍ତ ଏକ ୧୫ଦିନିଆ ଗ୍ରଷ୍ଠକାଳୀନ ସମାଵେଶୀ ଶିବିର ପରିଚାଳିତ ହୋଇଥିଲା। ଏହି ଶିବିରରେ ୮୦ ଜଣ ଦିବ୍ୟାଙ୍ଗ ଓ ସାଧାରଣ ପିଲାମାନେ ଅଂଶ ଗ୍ରହଣ କରିଥିଲେ। ଏଠାରେ ପିଲାମାନଙ୍କର ସମାବେଶୀ ଦକ୍ଷତା ବିକାଶ ଦ୍ବାରା ନାଚ, ଗୀତ, ଖେଳ, କାହାଣୀ, ଚିତ୍ରାଙ୍କନ ଓ ହସ୍ତକଳା ଉପରେ ତାଲିମ୍ ଦିଆଯାଇଥିଲା। ଏହି ପିଲାମାନଙ୍କର ମାଆମାନେ ଯିଏକି, ନିଜର ଦୈନନ୍ଦିନ କାର୍ଯ୍ୟପନ୍ଥା ଭିତରୁ ସମୟ ବାହାର କରିପାରୁ ନାହାନ୍ତି। ସେଥିପାଇଁ ଏହି ମାଆମାନଙ୍କ ପାଇଁ କିଛି ନିଆରା ଢ଼ଙ୍ଗରେ ଗୀତ, ନାଚ, ବ୍ୟକ୍ତିଗତ ସୌନ୍ଦର୍ଯ୍ୟକରଣ ଓ ହାତ ଏପ୍ରିଓଡ଼ୋରୀ ଇତ୍ୟାଦିରେ ତାଲିମ୍ ଦେବାର ବ୍ୟବସ୍ଥା କରାଯାଇଥିଲା।
ଉଦ୍ଯାପନ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତି ଚକ୍ରଧାରୀ ଶରଣ ସିଂହ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସହାୟର ସଂପାଦିକା ମୃଣାଳିନୀ ପାଢ଼ୀଙ୍କ ଦ୍ବାରା ସାଗତ ସମ୍ଭାଷଣ ପ୍ରଦାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।



