www.samajalive.in
Tuesday, December 9, 2025
16.1 C
Bhubaneswar

ହତ୍ୟାକାରୀଙ୍କୁ ୨୦ ବର୍ଷ ଆଜୀବନ କାରାଦଣ୍ଡ ଓ ୨୦ ହଜାର ଜରିମାନା

ସମ୍ବଲପୁର: ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ରୁନିମାଲ ଠାରେ ୨୫ ଏପ୍ରିଲ ୨୦୧୮ ମସିହାରେ ହତ୍ୟାର ଶିକାର ହୋଇଥିବା ହୃଷିକେଶ ବାରିକଙ୍କ ମାମଲାରେ ଅଭିଯୁକ୍ତ ତଥା ଉକ୍ତ ଗ୍ରାମର ନିବାସୀ ଗଗନ ଦଣ୍ଡସନା (୩୦)ଙ୍କୁ ଅଦାଲତ କାରାଦଣ୍ଡ ଶୁଣାଣି କରିଛନ୍ତି। ଅତିରିକ୍ତ ସେସନ ଜଜ, ସମ୍ବଲପୁରଙ୍କ ଅଦାଲତରେ ଏହି ମାମଲାର ଶୁଣାଣି ସମୟରେ ବିଚାରପତି ବି. ବେହେରା ସାକ୍ଷୀ ମାନଙ୍କର ବୟାନ ଓ ଅନ୍ୟାନ୍ୟ ସବୁତ ଆଧାରରେ ତାଙ୍କର ଶୁଣାଣି କରି ଦୋଷୀ ଗଗନ ଦଣ୍ଡସନାଙ୍କୁ ଆଜୀବନ କାରାଦଣ୍ଡ ସହିତ ୨୦ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୧ ବର୍ଷର ସଶ୍ରମ କାରାଦଣ୍ଡ ଭୋଗିବାକୁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ମନୋଜ କୁମାର ମହାପାତ୍ର ଓ ଦେବାଶିଷ ପ୍ରସାଦ ଦାସ ପରିଚାଳନା କରିଥିଲେ।

ସୁଚନାଯୋଗ୍ୟ ଯେ, ୨୫ ଏପ୍ରିଲ ୨୦୧୮ ମସିହାରେ ହତ୍ୟାର ଶିକାର ହୋଇଥିବା ହୃଷିକେଶ ବାରିକଙ୍କ ପୁତ୍ର ଚିଙ୍କୁ ଗ୍ରାମବାସୀଙ୍କ ସହିତ ବିବାହ ପାଇଁ ବରଯାତ୍ରୀ ଭାବରେ ସିଙ୍କୋଲପୋଶକୁ ଯାଇଥିଲେ। ବସ ଯୋଗେ ଗ୍ରାମକୁ ଫେରୁଥିବା ସମୟରେ ଗଗନ ମହିଳା ମାନଙ୍କ ସମ୍ମୁଖରେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ସେ ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ଚିଙ୍କୁକୁ ଆକ୍ରମଣ କରିବାକୁ ଗଗନ ଉଦ୍ୟମ କରିଥିବା ବେଳେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ମାମଲା ଥଣ୍ଡା ହୋଇଥିଲା। ତେବେ ସେମାନେ ଗ୍ରାମରେ ପହଂଚିବା ପରେ ରାତ୍ର ପ୍ରାୟ ୮ଟା ସମୟରେ ଚିଙ୍କୁଙ୍କ ଘରକୁ ଗଗନ ଆସି ଗୁଟକା ମାଗିବା ବାହାନରେ ହୃଷିକେଶଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହା ଦେଖି ହୃଷିକେଶଙ୍କ ପତ୍ନୀ ଗିରିଜା ତାଙ୍କର ସ୍ୱାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ମଧ୍ୟ ଗଗନ ଆକ୍ରମଣ କରିଥିଲେ। ଫଳରେ ଗିରିଜାଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ହୃଷିକେଶଙ୍କ ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏଣୁ ତୁରନ୍ତ ତାଙ୍କୁ ଉଦ୍ଧାର କରି ବୁର୍ଲା ଭିମସାରକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୁତ ଘୋଷଣା କରିଥିଲେ। ଏ ନେଇ କତରବଗା ଥାନାରେ ଅଭିଯୋଗ ହେବାରୁ ମାମଲା ରୁଜୁ କରାଯାଇ ପୁଲିସ ଦ୍ୱାରା ତଦନ୍ତ ସମୟରେ ଅଭିଯୁକ୍ତ ଗଗନଙ୍କୁ ଗିରଫ କରାଯାଇଥିଲା ଏବଂ ମୋକଦ୍ଦମା ଚାଲିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories