www.samajalive.in
Thursday, December 11, 2025
16.1 C
Bhubaneswar

ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି ମିଶନ ଶକ୍ତି

ଆଠଗଡ଼: ଓଡ଼ିଶାର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ଓ ଆର୍ôଥକ ସ୍ୱାବଲମ୍ବୀ କରିବା ଲାଗି ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ଯେଉଁଭଳି ସଫଳ ପଦକ୍ଷେପ ନେଇଛନ୍ତି ତାହା ଦେଶର ଅନେକ ରାଜ୍ୟ ପାଇଁ ଉଦାହରଣ ପାଲଟିଛି। ମହିଳାମାନେ ଆର୍ôଥକ ସ୍ଥରରେ ସ୍ୱାବଲମ୍ବୀ ହୋଇପାରିଲେ ରାଜ୍ୟର ପ୍ରକୃତ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଲବ୍ଧି କରି ସବୁ କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସହଭାଗିତାକୁ ନିଶ୍ଚିତ କରିଛନ୍ତି। ବିଜୁ ଜନତା ଦଳ ବାସ୍ତବରେ ମା’କୁ ସମ୍ମାନ ଓ ଗାଁକୁ କାମ ନୀତିକୁ ଆଧାର କରି କାର୍ଯ୍ୟ କରିଚାଲିଛି ବୋଲି ଆଠଗଡ଼ ବ୍ଲକର ୧ନଂ ଜୋନରେ ଅନୁଷ୍ଠିତ ମହିଳା ବିଜେଡିର ନିର୍ବାଚନୀ ସମାବେଶରେ ଯୋଗଦେଇ ବିଜେଡି ପ୍ରାର୍ଥୀ ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମତବ୍ୟକ୍ତ କରିଥିଲେ। ସମସରପୁର ପଞ୍ଚାୟତର ଆଙ୍କୁଲାଠାରେ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଟିତ ଏହି ସମାବେଶରେ ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଥିବାବେଳେ ବିଜୁ ସ୍ୱାସ୍ଥ୍ୟକାର୍ଡ ଏକ ଅଭିନବ ଯୋଜନା ଏବଂ ଏହି ଯୋଜନା ମାଧ୍ୟମରେ ରାଜ୍ୟର ଲକ୍ଷ ଲକ୍ଷ ଲୋକ ମାଗଣାରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି ବୋଲି ପ୍ରକାଶ କରିଥିଲେ।ଏହି ସମାବେଶରେ ୪ହଜାରରୁ ଉର୍ଦ୍ଧ ମହିଳା ଯୋଗଦାନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories