www.samajalive.in
Friday, December 12, 2025
16.1 C
Bhubaneswar

ଓଡ଼ିଶାରେ ହେବ ପରିବର୍ତ୍ତନ – ଅମିତ ଶାହା

ସମ୍ବଲପୁର: ଓଡ଼ିଶାରେ ୩ୟ ପର୍ଯ୍ୟାୟର ମତଦାନ ୨୫ ତାରିଖରେ ହେବାକୁ ଯାଉଥିବା ବେଳେ ଏହି ଦିନ ରାଜ୍ୟର ହଟ ସିଟ ସମ୍ବଲପୁରରେ ମଧ୍ୟ ଭୋଟ ଗ୍ରହଣ ହେବ। ଏଣୁ ସବୁ ରାଜନୈତିକ ଦଳ ଗୁଡିକ ସେମାନଙ୍କର ଜୋର ଲଗାଇଥିବା ବେଳେ ବିଜେପି ପକ୍ଷରୁ ମଙ୍ଗଳବାର ଜାତୀୟସ୍ତରର ନେତା ତଥା କେନ୍ଦ୍ରୀୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ଗସ୍ତରେ ଆସିଥିଲେ। ସମ୍ବଲପୁର ଗସ୍ତରେ ଆସି ସ୍ଥାନୀୟ ପିଏଚଡି ପଡ଼ିଆ ଠାରେ ଆୟୋଜିତ ନିର୍ବାଚନୀ ଜନସଭାକୁ ସେ ସମ୍ବୋଧନ କରିଛନ୍ତି। ମାଁ ସମଲେଶ୍ୱରୀ କି ଜୟ, ଜୟ ଜଗନ୍ନାଥର ନାରା ଦେଇ ଶ୍ରୀ ଶାହା ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ଦେଶରେ ୫ମ ପର୍ଯ୍ୟାୟର ନିର୍ବାଚନ ଶେଷ ହେଲାଣି ଓ ମୋଦୀ ୩ ଶହ ସିଟ ପାର କରି ସାରିଲେଣି। ସପ୍ତମ ପର୍ଯ୍ୟାୟ ପରେ ୪ ଶହ ସିଟ ହୋଇଯାଇଥିବ। ଓଡ଼ିଶାରେ ବିଜେପି ୭୫ରୁ ଅଧିକ ସିଟ ଆବଶ୍ୟକ କରୁଥିବା ବେଳେ ଏଥର ସମସ୍ତେ ପଦ୍ମ ଚିହ୍ନରେ ଭୋଟ ଦେଇ ସରକାର ଗଢ଼ିବାରେ ସାହାଯ୍ୟ କରନ୍ତୁ ବୋଲି କହିଥିଲେ।

ଏହି ଅବସରରେ ସେ ପୁରୀ ଶ୍ରୀମନ୍ଦିରର ୪ଟି ଦ୍ୱାର କାହିଁକି ଖୋଲା ଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ। ବିଜେପିର ସରକାର ଆସିଲେ ରତ୍ନ ଭଣ୍ଡାରର ସର୍ଭେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା କରାଯାଇ ସମସ୍ତ ତଥ୍ୟ ଓଡ଼ିଶାବାସୀଙ୍କୁ ସାର୍ବଜନୀନ କରାଯିବ। ସମ୍ବଲପୁରରେ ୨.୫ ଲକ୍ଷ କୋଟି ଟଙ୍କା ଗ୍ୟାସ ଓ ପେଟ୍ରୋଲ ପାଇଁ କେନ୍ଦ୍ର ସରକାର ଯୋଜନା କରିଥିବା ସେ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories