ଡେସ୍କ: ସନ୍ତ୍ରାସବାଦ ନିରୋଧ ଦିବସ ଉପଲକ୍ଷେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଦ୍ଵାରା ସନ୍ତ୍ରାସବାଦ ନିରୋଧ ଶପଥ ପାଠ କାରାଯାଇଛି। ଏହି ଅବସରରେ ଆଜି ପୂର୍ବାହ୍ନରେ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅଧିକାରୀ ଓ କର୍ମଚାରୀମାନେ ଦେଶର ଅହିଂସା ଓ ସହନଶୀଳତା ପରମ୍ପରା ଉପରେ ଦୃଢ ବିଶ୍ବାସ ରଖି ସମସ୍ତ ଶକ୍ତି ସହିତ ଆତଙ୍କବାଦ ଓ ହିଂସାର ବିରୋଧ କରିବା ସହ ମାନବଜୀବନ ଓ ମୂଲ୍ଯବୋଧ ପ୍ରତି ବିପଦ ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କ ସହ ସଂଗ୍ରାମ କରିବାକୁ ଶପଥ ନେଇଥିଲେ। ଆଇଜିପି ୟତିନ୍ଦ୍ର କୋୟଲ ଉପସ୍ଥିତ ରହି ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଆଇ.ଜି.ପି ଏସ. ପ୍ରବୀଣ କୁମାର, ଏ.ଆଇ.ଜି.ପି ବିବେକାନନ୍ଦ ଶର୍ମା, ଏ.ଆଇ.ଜି.ପି ଅମରେଶ ପଣ୍ଡା, ଏସ.ପି ଡ. ଭବାନୀକାନ୍ତ ପଟ୍ଟନାୟକ, ଏ.ଆଇ.ଜି.ପି ପ୍ରଶାନ୍ତ କୁମାର ମିଶ୍ର, ଏ.ଆଇ.ଜି.ପି ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



