ଏହି କାରରେ ହେଲା ଜିଏସଟି ଫ୍ରି ! ସଞ୍ଚୟ ହେବ ୧.୨୨ ଲକ୍ଷ ଟଙ୍କା
ନୂଆଦିଲ୍ଲୀ : ମାରୁତି ସୁଜୁକିର ନେକ୍ସା ଡିଲରସିପରେ ମିଳୁଥିବା ଏଣ୍ଟ୍ରି ଲେବଲ କାର୍ ଇଗ୍ନିସ୍ ଏବେ କ୍ୟାଣ୍ଟିନ୍ ଷ୍ଟୋର୍ସ ଡିପାର୍ଟମେଣ୍ଟ ଅର୍ଥାତ୍ ସିଏସଡିରୁ ମଧ୍ୟ କ୍ରୟ କରିପାରିବେ । ଏହି କ୍ୟାଣ୍ଟିନରେ ଦେଶର ସେବା କରୁଥିବା ଯବାନଙ୍କ ପାଇଁ କାର୍ ବିକ୍ରି କରାଯାଏ । ଖାସ୍ କଥା ହେଉଛି କି ଏହି ଯବାନଙ୍କୁ ସିଏଡିରେ ଏହି କାରରେ ଲାଗୁଥିବା ଜିଏସଟି ବହୁତ କମ୍ ଦେବାକୁ ପଡିବ । ସରଳ ଭାବରେ କହିଲେ ସେମାନଙ୍କୁ ୨୮ ପ୍ରତିଶତ ବଦଳରେ ମାତ୍ର ୧୪ ପ୍ରତିଶତ ଟ୍ୟାକ୍ସ ଦେବାକୁ ହେବ । ଏହି କାରର ପ୍ରାରମ୍ଭିକ ଦାମ୍ ୫.୮୪ ଲକ୍ଷ ଟଙ୍କା ବଦଳରେ ୪.୯୩ ଲକ୍ଷ ଟଙ୍କା ହେବ । ଏଥିରେ ଭେରିଏଣ୍ଟ ଅନୁସାରେ ଟ୍ୟାକ୍ସରେ ୧.୨୨ ଲକ୍ଷ ଟଙ୍କା ସଞ୍ଚୟ କରିହେବ ।
ଇଗ୍ନିସରେ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ ଦିଆଯାଇଛି ଯାହା ୮୩ ପିଏସର ପାଓ୍ବର ଏବଂ ୧୧୩ ଏନଏମର ଟର୍କ ଉତ୍ପନ କରିଥାଏ । ଇଞ୍ଜିନ ସହିତ ଏଥିରେ ୫ ସ୍ପିଡ୍ ମାନୁଆଲ୍ ଏବଂ ୫ ସ୍ପିଡ୍ ଏଏମଟି ଗିୟରବକ୍ସର ବିକଳ୍ପ ରଖାଯାଇଛି । କହିରଖୁଛୁ ଏହାର ପ୍ରାରମ୍ଭିକ ଏକ୍ସ ଶୋରୁମ୍ ଦାମ୍ ୫.୮୪ ଲକ୍ଷ ଟଙ୍କା । ସେହିଭଳି ଏହାର ଟପ୍ ଭେରିଏଣ୍ଟର ଦାମ୍ ୮.୧୬ ଲକ୍ଷ ଟଙ୍କା । ଏହାର ସମୁଦାୟ ୭ଟି ଭେରିଏଣ୍ଟ ମିଳୁଛି ।
ଓଡିଶାରେ ଚାଲିବନି ତାମିଲ ଶାସନ, କ୍ଷମତାକୁ ଆସିଲେ ଓଡିଶା ହେବ ଦେଶର ୧ନଂ ରାଜ୍ୟ
ଏଥିରେ ଏଲଇଡି ଡିଆରଏଲ୍ ସହିତ ଏଲଇଡି ହେଡଲ୍ୟାମ୍ପ, ପେଡାଲ ଲ୍ୟାମ୍ପ, ଆଲୟ ହ୍ବିଲ, ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ କାରପ୍ଲେ କନେକ୍ଟିଭିଟି ସପୋର୍ଟ କରୁଥିବା ୭.୦ ଇଞ୍ଚ ଟଚସ୍କ୍ରିନ୍ ଇନଫୋଟେଣ୍ଟମେଣ୍ଟ ସିଷ୍ଟମ, ଅଟୋ ଏସି, ଗିୟର ପାର୍କିଂ କ୍ୟାମେରା ମିଳେ । ସୁରକ୍ଷା ଦୃଷ୍ଟିରୁ ଏଥିରେ ସିଟ୍ ବେଲ୍ଟ, ଡୁଆଲ ଏୟାରବ୍ୟାଗ୍, ଏବିଏସ୍ ଓ ଇବିଡି ଭଳି ଫିଚର୍ସ ମିଳେ ।
Comments are closed.