www.samajalive.in
Sunday, December 14, 2025
19.1 C
Bhubaneswar

ପବିତ୍ର ରାମ ନବମୀ ଅବସରରେ ଧାମରା ଗୈରିକ ମୟ

ଧାମରା : ପବିତ୍ର ରାମ ନବମୀ ଅବସରରେ ଧାମରା ଗୈରିକ ମୟ ହୋଇପଡିଛି। ଏହି ଅବସରରେ ଧାମରା ବଜାର ଠାରୁ ଆରମ୍ଭ କରି ଧାମରା ୮ପଂଚାୟତରେ ଶ୍ରୀରାମ ନବମୀ ଅବସରରେ ସମସ୍ତ ଅଂଚଳରେ ଗୈରିକ ପତାକା ପୁର ପଲ୍ଲୀରେ ଛାଇ ଯାଇଥିବା ବେଳେ ସମସ୍ତ ଅଂଚଳରେ ଶ୍ରୀରାମ ଧ୍ୱନି ମଧ୍ୟରେ ଉତ୍ସବ ମୁଖର ହୋଇ ପଡିଛି। ଏହି ପବିତ୍ର ଦିବସ ଅବସରରେ ସତ୍ୟ ଧର୍ମ ଓ ନ୍ୟାୟରେ ଚାଲିବା ପାଇଁ ସମସ୍ତେ ପ୍ରେରଣା ପାଇଥାନ୍ତି। ପୁରୁଷୋତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ସଂପୂର୍ଣ ଜୀବନ ମାନବ ଜାତି ପାଇଁ ଉତ୍ସଗୀକୃତ ଥିବା ବେଳେ ଆଜିର ଏହି ନବମୀ ଅବସରରେ ଧାମରାର ପ୍ରତିଷ୍ଠିତ ଦେବୀ ମା ଧାମରାଇଙ୍କ ମନ୍ଦିର ନିକଟରୁ ଏକ  ଭବ୍ୟ ରଥ ବାହାରି ଧାମରା, ଜାଗୁଳା, କଇଥଖୋଲା, କରଞ୍ଜମାଳ, କରଣପଲ୍ଲୀ, ବାଂଶଡା ଏବଂ ଦୋସିଙ୍ଗା ପଂଚାୟତ ଅତିକ୍ରମ କରିବା ପରେ ଭଦ୍ରକ ଅଭିମୁଖେ ଯାତ୍ରା କରିଥିଲା। ପୁରପଲ୍ଲୀରେ ଶ୍ରୀରାମ ନାରା ଏବଂ ଶୁଭଶଙ୍ଖର ତାଳେ ତାଳେ ଜୟ ଶ୍ରୀରାମ ଏବଂ ଜୟ ହନୁମାନ ଲେଖା ସମ୍ବଳିତ ପତାକା ଧରି ଶ୍ରୀରାମ ଭକ୍ତ ମାନେ ଏହି ଯାତ୍ରାରେ ଯୋଗ ଦେଇଥିଲେ। ଏହି ପବିତ୍ର ରଥ ସହ ଧାମରା ଅଂଚଳର ତ୍ରିଦିବେଶ ପ୍ରଧାନ, ପ୍ରଭାସ ରଞ୍ଜନ ସ୍ୱାଇଁ, ଡା.ଜନ୍ମେଞ୍ଜୟ ବେହେରା, ମନୋଜ ଲେଙ୍କା, ପ୍ରଦ୍ୱୀପ ରାଉତ, ବିପିନ ବେହେରା, ବାପୁଜୀ ମାଝୀ, ଗଗନ ବେହେରା, ପ୍ରମୋଦ ପ୍ରଧାନ, ଉଲ୍ଲାସ ମାଝୀ, ଶରତ ଦଳେଇ, ବିଜୟ ସାହୁ, ଗୋପାଳୀ ମାଝୀଙ୍କ ସହ ଶତାଧିକ ରାମ ଭକ୍ତ ମାନେ ସାମିଲ ଥିଲେ।

 

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories