www.samajalive.in
Sunday, December 14, 2025
26.1 C
Bhubaneswar

ଫେଲ୍ ମାରିଛି ବସୁଧା ଯୋଜନା, ପାନୀୟ ଜଳ ସମସ୍ୟାରେ ଅମ୍ବାବାଡି ଗ୍ରାମବାସୀ

ପଦ୍ମପୁର : ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବଢ଼ିବାରେ ଲାଗିଛି ଜଳ କଷ୍ଟ । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବଢ଼ିବାରେ ଲାଗିଛି ପାନୀୟ ଜଳର ସଙ୍କଟ। ପଦ୍ମପୁର ବ୍ଲକବାସୀଙ୍କ ବହୁ ଦିନର ଦାବିକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ପାନୀୟ ଜଳଯୋଗାଣ ସଂସ୍ଥା ପକ୍ଷରୁ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦରେ ପଦ୍ମପୁର ବ୍ଲକର ପ୍ରତ୍ୟକ ଗ୍ରାମାଞ୍ଚଳରେ ପାଣି ସମସ୍ୟା ଦୂର କରିବା ପାଇଁ ନୂତନ ପ୍ରକଳ୍ପ ନିର୍ମାଣ କରାଗଲା। ପ୍ରତ୍ୟକ ଗ୍ରାମରେ ପାଣି ଟାଙ୍କି ନିର୍ମାଣ ସହିତ ସାହି ସାହିରେ ନୂତନ ପାଇପ ଲାଇନ ବିଛାଯାଇଥିଲା। ପାଇପ ଲାଇନ ବିଛାଯିବା ଫଳରେ ଲୋକେ ଭାବିଲେ ସୁବିଧାରେ ପାନୀୟ ଜଳ ପାଇବେ । କିନ୍ତୁ କଥା ହେଲା ଅଲଗା । ଲୋକେ ଆଗରୁ ଯେଉଁ ଭଳି ପାନୀୟ ଜଳର କଷ୍ଟ ଭୋଗୁଥିଲେ ବର୍ତ୍ତମାନ ନୂଆ ପ୍ରକଳ୍ପ ହେଲା ପରେ ମଧ୍ୟ ସେହିଭଳି ଜଳ କଷ୍ଟ ଭୋଗୁଛନ୍ତି।

କଲ୍ୟାଣସିଂହପୁରରେ ଚୈତରାଇ ଘଣ୍ଟପର୍ବ ଆରମ୍ଭ

- Advertisement -

ଏଠି ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି କୋଟି କୋଟି ଟଙ୍କାରେ ନୂତନ ପ୍ରକଳ୍ପ ହେବାପରେ ମଧ୍ୟ କାହିଁକି ଲୋକେ ଠିକ ଭାବେ ନିୟମିତ ପାନୀୟ ଜଳ ପାଇପାରୁ ନାହାନ୍ତି। ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅମ୍ବାବାଡି ଗ୍ରାମରେ ଏବେ ଦେଖାଦେଇଛି ଜଳ ସଙ୍କଟ। ବସୁଧା ଯୋଜନାରେ ଗ୍ରାମକୁ ଏକ ସପ୍ତାହ ହେଲା  ପାଣି ଆସୁନଥିବା ଅଭିଯୋଗ ହୋଇଛି।ପାଣି ନ ଆସିବା ଫଳରେ ଏଠାକାର ଲୋକେ ପୋଖରୀ ପାଣି ଉପରେ ଏବେ ନିର୍ଭର କରୁଥିବା କହିଛନ୍ତି। ଆଗାମୀ ଦିନରେ ପାଣି ନ ଆସିଲେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଅତିଶୀଘ୍ର ମୋଟର ମରାମତି ନିର୍ମାଣ କଲେ ଉପକୃତ ହେବେ ବୋଲି କହିଛନ୍ତି ଗ୍ରାମବାସୀ । ଗ୍ରାମର କିଛି ବ୍ୟକ୍ତି ଏବେ ପାଣି ଟାଙ୍କି ଦ୍ୱାରା ଗ୍ରାମବାସୀଙ୍କୁ ପାଣି ଯୋଗାଉ ଥିବା ଗ୍ରାମବାସୀ କହୁଛନ୍ତି।

୧୮ରୁ ୨୦ ସତର୍କ ଘଣ୍ଟି, ଗ୍ରୀଷ୍ମ ଲହରୀ ଛୁଇଁବ ୪୫ ଡ଼ିଗ୍ରୀ ତାପମାତ୍ରା

ଅପରପକ୍ଷେ ଏହି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ରେ ବହୁ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ପାନୀୟ ଜଳଯୋଗାଣ ପ୍ରକଳ୍ପର ଅନେକ ସ୍ଥାନରେ ଗେଟୱଲ ନଥିବା, ଚାବି ନଥିବା ସହ ଅତି ନିମ୍ନ ମାନର ପାଇପ ବିଛାଯାଇଥିବା ସହ ମୋଟର ଲଗାଯାଇଛି ସେଥିଯୋଗୁଁ ବିଭିନ୍ନ ସମୟରେ ପାଇପ ଫାଟି ରାସ୍ତାରେ ପାଣି ଗଡୁଥିବା ଅଭିଯୋଗ ହେଉଛି। ଏହି ପ୍ରକଳ୍ପ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ବୋଲି ଶୁଣିବାକୁ ମିଳୁଛି। ନିର୍ମାଣ କାର୍ଯ୍ୟର ତଦନ୍ତ କରାଯିବା ଉଚିତ ବୋଲି ଅମ୍ବାବାଡି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories