BJD Bijuli 480×75 Mob

ସଲମାନ୍ ଖାନଙ୍କ ବାସଭବନକୁ ଗୁଳିମାଡ଼ ଘଟଣା: ଦୁଇ ଅଭିଯୁକ୍ତ ଗିରଫ

BJD Bijuli 480×75 Mob

ମୁମ୍ବଇ: ବଲିଉଡ୍‌ ତାରକା ସଲମାନ ଖାନ୍‌ଙ୍କ ବାନ୍ଦ୍ରାସ୍ଥିତ ବାସଭବନ ଉପରକୁ ଗୁଳିମାଡ ଘଟଣା।  ପୁଲିସ ସୋମବାର ଲରେନ୍ସ ବି​‌ଷ୍ଣୋଇ ଗ୍ୟାଙ୍ଗ୍‌ର ସାର୍ପସୁଟର ବିଶାଲ ଓରଫ କାଲୁକୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାର ମସିହିର ୨୪ ବର୍ଷିୟ ବିକି ସାହେବ ଗୁପ୍ତା ଏବଂ ୨୧ ବର୍ଷିୟ ସାଗର ପାଲ। ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ୍ ଏମାନଙ୍କୁ ଗୁଜୁରାଟ ଭୁଜରୁ ଗିରଫ କରିଛି।  ପୂର୍ବରୁ ଏମାନଙ୍କ ବିରୋଧରେ ହତ୍ୟା, ଅପହରଣ, ଦାଦାବଟି ଆଦାୟ ଭଳି ଏକାଧିକ ମାମଲା ବିଚାରାଧୀନ ରହିଛି। ଅପରପକ୍ଷରେ ସଲମାନଙ୍କ ବାସଭବନକୁ ଗୁଳିମାଡ ଘଟଣାର ଯୋଜନା ଆମେରିକାରେ ପ୍ରସ୍ତୁତ କରାଯାଇଥିବା ପୁଲିସ ଜାଣିବାକୁ ପାଇଛି। ଲରେନ୍ସର ଭାଇ ଅନମୋଲ ବିଷ୍ଣୋଇ ଏହି ଘଟଣା ପାଇଁ ଆମେରିକାରେ ବାସ କରୁଥିବା ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରାକୁ ଦାୟିତ୍ବ ଦେଇଥିଲେ। ରୋହିତଙ୍କ ନିର୍ଦେଶକ୍ରମେ ଏହି କାର୍ଯ୍ୟ ସମ୍ପାଦନ ପାଇଁ ବିଶାଲ ଓ ଅନ୍ୟ ଜଣେ ସାର୍ପସୁଟରକୁ ନିୟୋଜିତ କରାଯାଇଥିଲା।

Comments are closed.