ଜାଣନ୍ତୁ କେଉଁ କାରଣରୁ ଶୀତଦିନେ ସବୁଜ ପନିପରିବା ଖାଇବା ଉଚିତ

0

ବହୁ ସମୟରେ ଏପରି ଦେଖାଯାଇଥାଏ କି ଥଣ୍ଡା ସମୟରେ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପଡ଼ିଥାଏ। ତେଣୁ ଶୀତଦିନରେ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟଗତ ସମସ୍ୟାରୁ ନିଜକୁ ରକ୍ଷା କରିବାକୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଶୀତଦିନରେ ପନିପରିବା ଅଧିକ ପରିମାଣରେ ମିଳିଥାଏ। ସବୁଜ ପନିପରିବାରେ ଅଧିକ ପରିମାଣରେ ପୋଷକତତ୍ତ୍ୱ ରହିଥାଏ। ଯାହା ଫଳରେ ଏହା ଶରୀରର ସମସ୍ତ ସ୍ଥାନକୁ ଉପଯୁକ୍ତ ପରିମାଣରେ ଭିଟାମିନ ଯୋଗାଇଥାଏ। ଏହି ସବୁଜ ପନିପରିବାକୁ ଖାଇବାଦ୍ୱାରା ଶରୀରକୁ ସୁସ୍ଥ ରଖିବା ସହ ଯକୃତ ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିଥାଏ। ଯକୃତ ସୁସ୍ଥ ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ।
ଯେଉଁମାନେ ଶୀତଦିନରେ ସବୁଜ ପନିପରିବା ଖାଇଥାଆନ୍ତି , ସେମାନଙ୍କ ଯକୃତରେ ଫାଟ ଜମିନଥାଏ। ଯକୃତ ସୂଚାରରୂପେ କାର୍ଯ୍ୟ କରିଥାଏ। ଯକୃତରେ ଫାଟର ପରିମାଣ ବୃଦ୍ଧି ପାଇଲେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ। ସବୁଜ ପନିପରିବା ଖାଇବା ଦ୍ୱାରା ଯକୃତରେ ଥିବା ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଥାଏ। ରକ୍ତଚାପ ନିୟନ୍ତ୍ରିତ ହୋଇରହିଥାଏ। ରକ୍ତରେ ଶର୍କରାର ପରିମାଣ ଠିକ ରଖିଥାଏ। ହାଲିଆ କିମ୍ବା ଦୁର୍ବଳ ଅନୁଭବ ହୋଇନଥାଏ। ଚର୍ମ ଶୁଷ୍କ ହୋଇନଥାଏ। ଦୃଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

Leave A Reply