ନୂଆଦିଲ୍ଲୀ : କାନାଡାର ଭାଙ୍କୋଭର ସହରରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡିଛି। ଚିରାଗ ଆଣ୍ଟିଲ ନାମକ ଏହି ୨୪ ବର୍ଷୀୟ ଛାତ୍ର ଭାଙ୍କୋଭରରେ ରହି ଅଧ୍ୟୟନ କରୁଥିଲେ। କାନାଡା ୱେଷ୍ଟ ବିଶ୍ବବିଦ୍ୟାଳୟରୁ ନିକଟରେ ଏମବିଏ ଡିଗ୍ରୀ ହାସଲ କରିବାପରେ ଚିରାଗ ସେଠାରେ ଚାକିରି ପାଇଁ ପର୍ମିଟ ପାଇଛନ୍ତି। ଶନିବାର ରାତିରେ ଚିରାଗ ନିଜର ଅଡି କାର୍ ଯୋଗେ ବୁଲିବାକୁ ବାହାରିଥିବାବେଳେ ଜଣେ ଆତତାୟୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ କାର୍ ମଧ୍ୟରେ ଚିରାଗଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିଥିଲେ ସୁଦ୍ଧା କାହାରିକୁ ଗିରଫ କରିନାହିଁ। ତେବେ ଚିରାଗଙ୍କ ସହ କାହାରି ଶତ୍ରୁତା ନଥିବାବେଳେ ତାଙ୍କୁ କାହିଁକି ହତ୍ୟା କରାଗଲା, ତାହାକୁ ନେଇ ପରିବାରବର୍ଗ ଚିନ୍ତିତ ହୋଇପଡିଛନ୍ତି।
Popular Categories



