www.samajalive.in
Saturday, December 6, 2025
16.1 C
Bhubaneswar

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଭାରତର ସତର୍କବାଣୀ, ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଇସ୍ରାଏଲସ୍ଥିତ ଭାରତୀୟ ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରିଛି। ଏଥିରେ ଭାରତୀୟ ନାଗରିକମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେବାସହ ସମସ୍ତ ନିରାପତ୍ତା ମାନଦଣ୍ଡ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।

ମାର୍ଗଦର୍ଶିକାରେ ଆହୁରି କୁହାଯାଇଛି ଯେ, ଦୂତାବାସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଆମର ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଇସ୍ରାଏଲ ସରକାର ଓ ଭାରତୀୟ ସମ୍ପ୍ରଦାୟ ସହ ଯୋଗାଯୋଗରେ ଅଛି। ଭାରତୀୟ ଦୂତାବାସ ଏହାର ନାଗରିକଙ୍କ ପାଇଁ ଏକ ଲିଙ୍କ୍‌‌ ଜାରି କରିଛି, ଯେଉଁଥିରେ ଭାରତୀୟ ନାଗରିକମାନଙ୍କୁ ପଞ୍ଜିକରଣ କରିବାକୁ କୁହାଯାଇଛି। ଅତି ଆବଶ୍ୟକ ନହେଲେ ଯାତ୍ରା ନ କରିବାକୁ ଦୂତାବାସ ପକ୍ଷରୁ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି।

- Advertisement -

ସ୍ଥିତିକୁ ଦୃଷ୍ଟିରେ ରଖି ଇରାନସ୍ଥିତ ଭାରତୀୟ ଦୂତାବାସ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି। ଜରୁରୀକାଳୀନ ପରିସ୍ଥିତିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନେ ଏହି ନମ୍ବରରେ ଦୂତାବାସ ସହିତ ଯୋଗାଯୋଗ କରିପାରିବେ। ଜାରି କରାଯାଇଥିବା ନମ୍ବରଗୁଡ଼ିକ ହେଉଛି- +୯୮୯୧୨୮୧୦୯୧୧୫, +୯୮୯୯୩୧୭୯୫୬୭, +୯୮୯୯୩୨୧୭୯୩୫୯, + ୯୮-୨୧-୮୮୭୫୫୧୦୩-୫।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories