nua o banner

କୁଶାସରୁ ପାହାଡ଼ରେ ହନୁମାନ ଜୟନ୍ତୀ, ଆକର୍ଷଣ ସାଜିଛି ଚନ୍ଦନ ବନ ସହ ୨୪ ଫୁଟ ଉଚ୍ଚତା ହନୁମାନ ମୂର୍ତ୍ତି

BSKY banner  750×100

ଫୁଲବାଣୀ : କନ୍ଧମାଳ ଜିଲା କୁଶାସରୁ ପାହାଡ଼ ଉପରେ ହନୁମାନ ମନ୍ଦିର ରେ ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅତି ଧୁମ ଧାମରେ ପାଳିତ ହୋଇଛି। ଏହି କୁଶାସରୁ ପାହାଡ଼ର ଏକ ବିଶେଷତ୍ୱ ହେଉଛି ପୂର୍ବରୁ ଜଙ୍ଗଲରେ ବରଡ଼ା ଶାଗ ଗଛ ଭରପୁର ହୋଇ ରହିଥିବାରୁ ଏହି ପାହାଡ଼କୁ କୁଇ ଭାଷାରେ କୁଶାସରୁ ନାମରେ ନାମିତ କରାଯାଇଥିବାବେଳେ ଅଞ୍ଚଳର ଅଧିବାସୀମାନେ ପୂର୍ବ ପୁରୁଷରୁ ଏହି ପାହାଡ଼କୁ କୁଶାସରୁ ଦେବୀ ନାମରେ ପୂଜା କରିଥିବା ବେଳେ କିଛ ଲୋକେ ବ୍ୟାଘ୍ର ଦେବୀ ନାମରେ ମଧ୍ୟ ପାହାଡ଼ ଉପରେ ପୂଜା କରିଆସୁଛନ୍ତି।

ତେବେ ଗତ ୨୫ ବର୍ଷରୁ ଅଧିକ ହେବ ଏହି ପାହାଡ଼ର ବିଶେଷତ୍ୱ ଏବଂ ଚନ୍ଦନ ଗଛର ସୁରକ୍ଷାକୁ ନେଇ ଅଞ୍ଚଳର କିଛି ଯୁବକ ଏବଂ ବୁଦ୍ଧିଜୀବୀମାନେ ପାହାଡ଼ ଉପରେ ହନୁମାନ ମନ୍ଦିର ନିର୍ମାଣ କରିବାକୁ ପ୍ରୟାସ କରିଥିବା ବେଳେ ପଥର ଉପରେ ହନୁମାନଙ୍କୁ ପୂଜା କରାଯାଉଥିଲା। କିଛି ଦିନ ପୂଜା କରିବା ପରେ କିଛି ବଦାନ୍ୟ ବ୍ୟକ୍ତି ଓ ପ୍ରଶାସନର ସହଯୋଗରେ ପାହାଡ଼ ଉପରେ ଏକ ବିରାଟ କାୟ ହନୁମାନ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ସେବେଠାରୁ କୁଶାସରୁ ପାହାଡ଼ରେ ପ୍ରତିଦିନ ହନୁମାନ ପୂଜିତ ହୋଇଆସୁଛନ୍ତି।

ଗତ ୭ ବର୍ଷ ହେବ ତତ୍କାଳୀନ ବନାଞ୍ଚଳ ଅଧିକାରୀ ବିଜୟ ମଲିକ ନିଜସ୍ୱ ଚେଷ୍ଟାରେ କୁଶାସରୁ ପାହାଡ଼ର ସୁରକ୍ଷା ଏବଂ ପାହାଡ଼ ଉପରେ ଥିବା ସହ ସହ ଚନ୍ଦନ ଗଛକୁ ସୁରକ୍ଷା ଦେବାକୁ ପୁଣି ଛୋଟ ହନୁମାନ ମନ୍ଦିର ନିର୍ମାଣ କରିବା ସହ ସୋଲାର ଲାଇଟ ବ୍ୟବସ୍ଥା କରି ଦିନ ରାତି ଚନ୍ଦନ ଗଛର ସୁରକ୍ଷା ପାଇଁ ତତ୍ପର ରହିଥିବା ବେଳେ ତାଙ୍କର ବଦଳି ପରେ ଆସିଥିବା ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ପାତ୍ର କୁଶାସରୁ ପାହାଡ଼ର ଜଙ୍ଗଲକୁ ସୁରକ୍ଷା କରିବା ସହ ଚନ୍ଦନ ଗଛର ସୁରକ୍ଷା ପାଇଁ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି।

ଅହରହ ଜାଗ୍ରତ ପ୍ରହରୀ ଭଳି ବନ ବିଭାଗର କର୍ମଚାରୀ ମାନେ ଚନ୍ଦନ ବନକୁ ସୁରକ୍ଷା ଦେଉଥିବା ବେଳେ ଏକ ହନୁମାନ ମନ୍ଦିର ପରିଚାଳନା କମିଟି ମଧ୍ୟ ଗଠନ କରାଯାଇଛି କ୍ଷ ତେବେ ବର୍ତମାନ ୨୪ ଫୁଟ ଉଚତା ବିଶିଷ୍ଟ ହନୁମାନ ମୂର୍ତ୍ତି ଲୋକଙ୍କ ଆକର୍ଷଣ ସାଜିଥିବା ବେଳେ କୁଶାସରୁ ପାହାଡ଼ରେ ଥିବା ସହ ସହ ଚନ୍ଦନ ଗଛ ମଧ୍ୟ ଲୋକଙ୍କ ମୁଖ୍ୟ ଆକର୍ଷଣ ସାଜିଛି। ପ୍ରତିଦିନ ମନ୍ଦିରରେ ପୂଜା ପାଠ କରାଯାଉଛି ଯାହାକୁ ନେଇ ଦୈନିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ପ୍ରଶାସନ ତରଫରୁ କିଛି ଅନୁଦାନ ମିଳିଥିବା ବେଳେ କିଛି ପାହାଚ ମଧ୍ୟ ନିର୍ମାଣ କରାଯାଇଛି କିନ୍ତୁ ଅଧିକ ଅନୁଦାନ ମିଳିନଥିବା ବେଳେ ଅଧା ଖଣ୍ଡିଆ ଅବସ୍ଥାରେ ପଡି ରହିଛି। ଫିରିଙ୍ଗିଆ ବଜାର ଠାରୁ ଆଖ ପାଖ ପ୍ରାୟ ୭ ରୁ ୮ ଖଣ୍ଡ ଗାଁର ଲୋକେ ଏହି ମନ୍ଦିରକୁ ସହଯୋଗ କରୁଥିବା ବେଳେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ଚନ୍ଦନ ଗଛର ସୁରକ୍ଷା ଏବଂ ଜଙ୍ଗଲ ସୁରକ୍ଷା ସହ ମନ୍ଦିରର ମଧ୍ୟ ଉନ୍ନତି କରଣ ପାଇଁ ପ୍ରୟାସ ଜାରି ରଖିଛନ୍ତି। ପ୍ରତି ବର୍ଷ ହନୁମାନ ଜୟନ୍ତୀ ବା ପବିତ୍ର ପଣା ସଂକ୍ରାନ୍ତି ରେ ମନ୍ଦିରରେ ଦିନ ତମାମ ହୋମ ଯଜ୍ଞ ସହ ହନୁମାନ ଚାଳିଶା ପାଠ କରାଯାଉଥିବା ବେଳେ ଦିନ ତମାମ ଭକ୍ତଙ୍କ ଭିଡ଼ ଲାଗିରହିବା ସହ ପଣା ଓ ଅର୍ଣ୍ଣ ଭୋଗର ବ୍ୟବସ୍ଥା ମଧ୍ୟ କରାଯାଉଛି।

ଚନ୍ଦନ ଗଛର ସୁରକ୍ଷା ଓ ହନୁମାନ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରଶାସନ ତରଫରୁ ଅନୁଦାନ ଯୋଗାଇ ଦେଲେ ଆଗାମୀ ଦିନରେ ମନ୍ଦିର ର ଉନ୍ନତି କରଣ ସହ ଚନ୍ଦନ ଗଛର ମଧ୍ୟ ସୁରକ୍ଷା ହୋଇପାରିବ ବୋଲି ଅଞ୍ଚଳ ବାସୀ କହିଥିବା ବେଳେ ପରିଚାଳନା କମିଟିର ବବ୍ରୁ ବାହାନ ବେହେରା, ନବ କିଶୋର ସାହୁ, ସୁଧୀର ପାତ୍ର, ପ୍ରଦୀପ ବେହେରା, ଚନ୍ଦ୍ର ମୋହନ ନାୟକ, ଉତ୍ତମ ଖମାରି, ରାଜେଶ କୁମାର ନାୟକ, ବିରାଟ ଦିଗାଲ,ସୁବ୍ରତ ମହାନ୍ତି, ଅର୍ଜୁନ କହଁର, ରମେଶ କହଁର, ତପନ ବେହେରା, ପ୍ରଦୀପ ମହାପାତ୍ର,ଙ୍କ ସହ ଅନ୍ୟ ମାନେ ସରକାର ଙ୍କ ତରଫରୁ ଅନୁଦାନ ଦାବୀ କରିଥିବା ବେଳେ ପର୍ୟ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହ ଏହାର ଉନ୍ନତି କରଣ କଲେ ଆଗାମୀ ଦିନରେ ଭକ୍ତ ଶ୍ରଦ୍ଧାଳୁ ଙ୍କ ସହ ପର୍ୟ୍ୟଟକ ମାନେ ମଧ୍ୟ ଏହି ମନ୍ଦିର ଦର୍ଶନ ସହ ପ୍ରକୃତିକ ପରିବେଶକୁ ଉପଭୋଗ କରିପାରିବେ ବୋଲି କହିଛନ୍ତି।

Comments are closed.