www.samajalive.in
Saturday, December 6, 2025
15.1 C
Bhubaneswar

ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ କଳିଙ୍ଗ କିନ୍ନରଙ୍କ ପୂଜାର୍ଚ୍ଚନା

ପୁରୀ : ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ କଳିଙ୍ଗ କିନ୍ନର ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟର କିନ୍ନର ଓଡ଼ିଶାର ବିଭିନ୍ନ ଶକ୍ତି ପୀଠ, ଦେବୀ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା କରୁଛନ୍ତି। କିନ୍ନର ଅଖାଡାର ମହାମଣ୍ଡଳେଶ୍ୱର ମୀରା ପରିଡାଙ୍କ କହିବା ଅନୁସାରେ ଡିସେମ୍ବର ୪ ତାରିଖରୁ ବିଭିନ୍ନ ଦେବୀ ମନ୍ଦିର ମାନଙ୍କରେ ପୂଜା କରାଯାଉଛି। ସମ୍ବଲପୁର, ପୁରୀ, ରାୟଗଡା ଆଦି ଜିଲାର ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା କରାଯିବାର ଯୋଜନା ରହିଛି।
ସମାଜରେ ନିଜର ସ୍ଥିତି ଦୃଢ କରିବା ପାଇଁ କିନ୍ନର ସବୁ ସମୟରେ ଚେଷ୍ଟା କରିଆସୁଛି। ସମ୍ବଲପୁର ସ୍ଥିତ ମା ସମଲେଶ୍ୱରୀଙ୍କ ଠାରୁ ପୂଜା ଆରମ୍ଭ କରି ଏହି ଯାତ୍ରା ଆରମ୍ଭ ହୋଇଥିଲା। ଏହି ପୂଜାରେ ଜିଲାର ବିଭିନ୍ନ କିନ୍ନରଙ୍କ ସହ ସିଭିଲ ସୋସାଇଟି ଲୋକମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟର ସମ୍ମୁଖିନ କରୁଥିବାରୁ ଏହି ପୂଜା କରାଯାଉଥିବା କିନ୍ନର ମାନେ କହିଛନ୍ତି। ରାଜ୍ୟ ମହିଳା ଆୟୋଗର ପୂର୍ବତନ ସଦସ୍ୟ ନର୍ମତା ଚଢାଙ୍କ କହିବା ଅନୁସାରେ କିନ୍ନର ସମୁଦାୟ ମଧ୍ୟ ଆମ ସମାଜର ଏକ ଅଂଶ। ଏମାନଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଏହି ପୂଜାରେ ପାଖାପାଖି ୭୦ ହଜାର ପରିବାର ଯୋଗ ଦେଇଛନ୍ତି। ପୂଜା ସରିବା ପରେ ସ୍ଥାନୀୟ ଲୋକମାନଙ୍କୁ ପ୍ରସାଦ ସେବନ କରାଯାଉଛି।
ପ୍ରତିଦିନ ଭୁବନେଶ୍ୱର ସ୍ଥିତ ପଲାସପଲ୍ଲି ମହଲାରେ ଦିନ ୧୦ରେ ମୀରା ପରିଡାଙ୍କ ନେତୃତ୍ୱରେ ଏହି ପୂଜାର୍ଚ୍ଚନା ଅଭିଯାନ ଆରମ୍ଭ ହୋଇଥାଏ। କିନ୍ନରଙ୍କ ଏହି ସାମାଜିକ ପରିବର୍ତ୍ତନ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟୁଛି।
ଅନ୍ୟ ପକ୍ଷରେ ମୀରା କହିଛନ୍ତି, ତିତଲି ମହାବାତ୍ୟାର ସମ୍ମୂଖୀନ ହେବାର କିଛି ଦିନ ମଧ୍ୟରେ ହିଁ ପେଥାଇ ଭଳି ଅନ୍ୟ ଏକ ବାତ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏକ ରିପୋର୍ଟ ମୁତାବକ ୧୧ ହଜାର କୃଷକ ଏହି ବାତ୍ୟା ଦ୍ୱାରା ଫସଲ ହାନୀ ହୋଇଛି। ଦେବୀ ମା ଏହି ଗରିବ ଚାଷୀ ମାନଙ୍କୁ ରକ୍ଷା କରନ୍ତୁ ବୋଲି ଏହି ପୂଜା କରାଯାଉଛି। ଏହି ପୂଜା ରାଜ୍ୟର ବିଭିନ୍ନ ଦେବୀ ମନ୍ଦିର ଯେପରିକି ରାୟଗଡା ମଝି ଘରିଆଣୀ, ପୁôରୀର କାକଟପୁର, ମା ଭଗବତୀ, ହରିଚଣ୍ଡି ମନ୍ଦିର, ଝାରସୁଗୁଡାର କନକଦୁର୍ଗା, ବ୍ରଜରାଜନଗର ସ୍ଥିତ ରାମଚଣ୍ଡି ଆଦି ମନ୍ଦିରରେ ପୂଜା କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories