www.samajalive.in
Saturday, December 6, 2025
14.1 C
Bhubaneswar

୧୪ କିମି ଭାରରେ ବୁହାହେଲେ ରୋଗୀ

ମାଲକାନଗିରି : ମାଲକାନଗିରି ଜିଲା ଖଇରପୁଟ ବ୍ଲକର ଅଣ୍ଡରାହାଲ ପଞ୍ଚାୟତ ଗୋଇଗୁଡା ଗ୍ରାମରେ ଜଣେ ମହିଳା ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ବଣ୍ଡାଘାଟିର ଦୀର୍ଘ ୧୪ କିମି ଭାରରେ ବୋହି ଆଣିଥିଲେ। ପରେ ରୋଗୀଙ୍କୁ ଖଇରପୁଟ ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ମହିଳାଙ୍କ ନାମ ଶୁକ୍ରୀ ଚାଲାଣ ବୋଲି ଜଣାପଡିଛି। ଗୋଇଗୁଡା ଗ୍ରାମର ଶୁକ୍ରୀଙ୍କର ହଠାତ ଦେହ ଅସୁସ୍ଥ ହେବାରୁ ପ୍ରଥମେ ମୁଦୁଲିପଡା ପ୍ରାଥମିକ ଚିକିତ୍ସା କରାଯାଇଥିଲା ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଆହୁରି ବିଗିଡିବାରେ ଲାଗିଲା। ତେଣୁ ଡାକ୍ତର ତାଙ୍କୁ ଖଇରପୁଟ ନେବାପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ମୁଦୁଲିପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ନ ଥିବାରୁ ପରିବାର ଲୋକେ ଶୁକ୍ରୀଙ୍କୁ ଏକ ଭାର ଯୋଗେ ଆଣିଥିଲେ। ପୂର୍ବରୁ ବଣ୍ଡା ଘାଟି ପାଇଁ ଏକ ଆମ୍ବୁଲାନ୍ସ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ ନାହିଁ ଯେଉଁଥି ପାଇଁ ଆଜି ବଣ୍ଡା ଘାଟିରେ ଏହି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories