www.samajalive.in
Monday, December 15, 2025
14.1 C
Bhubaneswar

କୁଇ ସମାଜର ଅଣ ଆଦିବାସୀ ପ୍ରାର୍ଥୀକୁ ବିରୋଧ, ଅପ୍ରେଲ ୧୬ତାରିଖରେ କନ୍ଧମାଳ ବନ୍ଦ ଡାକରା

ଫୁଲବାଣୀ:କନ୍ଧମାଳ ଜିଲାର କୁଇ ସମାଜ ତରଫରୁ ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ସଂରକ୍ଷିତ ଆସନ ଗୁଡିକରେ ଅଣ ଆଦିବାସୀ ପ୍ରାର୍ଥୀମାନଙ୍କ ନାମ ଚୟନକୁ ବିରୋଧ କରାଯାଇଛି । ଏ ନେଇ ଶୁକ୍ରବାର ଦିନ ଜିଲାର କୁଇ ସମାଜ ତରଫରୁ ଫୁଲବାଣୀ କୁଇ ସମାଜ ସେବା ସମିତି କାର୍ୟ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ବର୍ତ୍ତମାନ ଭାରତରେ ସାଧାରଣ ନିର୍ବାଚନ ପାଇଁ ପ୍ରତ୍ୟେକ ବିଧାନସଭା ଓ ଲୋକସଭା ପାଇଁ ବିଭିନ୍ନ ଦଳ ତରଫରୁ ଟିକେଟ ଦିଆଯାଇଥିବା ବେଳେ କନ୍ଧମାଳ ଜିଲାରେ ସମସ୍ତ ବିଧାନସଭା ସିଟ୍ ଆଦିବାସୀ ଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ଫୁଲବାଣୀ ଓ ବାଲିଗୁଡା ନିର୍ବାଚନ ମଣ୍ଡଳୀରୁ ଅଣ ଆଦିବାସୀମାନଙ୍କୁ ବିଭିନ୍ନ ଦଳ ପ୍ରାର୍ଥୀ କରିଥିବା ଅଭିଯୋଗ କରିଛି କନ୍ଧମାଳ ଜିଲାର କୁଇ ସମାଜ। ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ଜାତୀୟ କଂଗ୍ରେସ ଦଳରୁ ଫୁଲବାଣୀ ବ୍ଲକ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତ ସରପଞ୍ଚ ପ୍ରତିଭା କହଁରଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ସେ ଜଣେ ନିଜର ଜାତି, ସଂସ୍କୃତି, ପରମ୍ପରାକୁ ଭୁଲିଯାଇ ଅନ୍ୟ ସମ୍ପ୍ରଦାୟ ବ୍ୟକ୍ତିକୁ ବିବାହ କରି ପ୍ରଥମେ ସରପଞ୍ଚ ପଦବୀ ହାତେଇ ବର୍ତ୍ତମାନ ବିଧାୟକ ପଦବୀ ପାଇଁ ପ୍ରାର୍ଥୀ ଚୟନ ହୋଇ ଥିବା ଅଭିଯୋଗ କରିଛି କନ୍ଧମାଳ କୁଇ ସମାଜ ।

ସେହିପରି ବାଲିଗୁଡା ନିର୍ବାଚନ ମଣ୍ଡଳୀରୁ ଜାତୀୟ କଂଗ୍ରେସ ତରଫରୁ ବିଧାନସଭା ପାଇଁ ସୁରଦା ପ୍ରଧାନ ଓ ଭାରତୀୟ ଜନତା ପାର୍ଟି ବିଜେପିରୁ କଳ୍ପନା କହଁରଙ୍କୁ ଦଳରୁ ପ୍ରାର୍ଥୀ କରାଯାଇଛି । ସୁରଦା ପ୍ରଧାନ ଜଣେ ଅଣ ଆଦିବାସୀ ହୋଇଥିବା ବେଳେ ତାଙ୍କର ନାମରେ ଜାଲିଆତି ଜାତିଗତ ପ୍ରମାଣପତ୍ରକୁ ନେଇ ବ୍ରହ୍ମପୁର ଆରଡିସି ପାଖରେ ମାମଲା ବିଚାରଧୀନ ଥିବା ବେଳେ ଦଳ କୈାଣସି କିଛି ତଦାରଖ ନକରି ଦଳ ପ୍ରାର୍ଥୀ କରିଛି । ଏତଦ୍ ସହିତ କଳ୍ପନା କହଁର ସେ ଜଣେ ନିଜର ଜାତି ସଂସ୍କୃତି ପରମ୍ପରା କୁ ଭୁଲି ଯାଇ ଅନ୍ୟ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି ତେଣୁ ଏହି ଭଳି ଅଣ ସଂସ୍କୃତି ପରମ୍ପରା ଆପଣେଇ ଥିବା ବ୍ୟକ୍ତି ଆଦିବାସୀ ମାନ୍ୟତା ହରେଇବା ସହିତ ଆଦିବାସୀ ସୁବିଧା କାହିଁକି ପାଇବ ବୋଲି କହିଛନ୍ତି ଜିଲ୍ଲାର କୁଇ ସମାଜ କର୍ମକର୍ତ୍ତା ।

- Advertisement -

ଏଣୁ ପୁଣି ଥରେ ବିଚାର କରି ପ୍ରକୃତ ଆଦିବାସୀ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଉ ବୋଲି କୁହାଯାଇଥିଲା । ଯଦି କୁଇ ସମାଜର ଏହି ଅଭିଯୋଗ ଓ ବିଚାରକୁ ପ୍ରମୁଖ ରାଜନୈତିକ ଦଳସବୁ ପୁନର୍ବିଚାର କରି ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ସୂଚିତ କରାଯାଇଛି । ଯଦି ଦଳ ଗୁଡିକ କୁଇ ସମାଜର ଏହି ସୂଚିତ ଗ୍ରହଣ ନକରି ପାର୍ଥୀ ପରିବର୍ତ୍ତନ ନ କରେ ତେବେ କୁଇ ସମାଜ ସେବା ସମିତି ଆସନ୍ତା ଅପ୍ରେଲ ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରା ଦେଇଛି। ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଆହୁରି ତିବ୍ରତର କରାଯିବ ବୋଲି ମଧ୍ୟ କର୍ମକର୍ତ୍ତା ମାନେ ଚେତାବନି ଦେଇଛନ୍ତି।ଏଥି ସହିତ ପ୍ରାର୍ଥୀ ଚାୟନରେ ଜିଲ୍ଲା ସଭାପତି ମାନଙ୍କର ସୁପାରିଶ ଅନୁସାରେ ପ୍ରାର୍ଥୀ ଚୟନ କରାଯାଇ ଥିବା ଅଭିଯୋଗକରି କୁଇ ସମାଜ ବିଭିନ୍ନ ରାଜନୈତିକ ଦଳର ନେତା ମାନଙ୍କର କୁଶ ପୁତ୍ତଳିକା ଦାହ କରିଛି।

ଏହି ସାମ୍ବାଦିକସମ୍ମିଳନୀ କୁଇ ସମାଜ ସେବା ସମିତି ଫୁଲବାଣୀ ସମ୍ପାଦକ ଅବନୀ କୁମାର କହଁର, ସହ ସମ୍ପାଦକ ଅଚ୍ୟୁତ ଯାନୀ,ନାରୀ ସଭାନେତ୍ରୀ ସୌଦାମିନି କହଁର,ନାରୀ ସମ୍ପାଦିକା ଗୀତାଞ୍ଜଳୀ କହଁର,ଫିରିଙ୍ଗିଆ ଶାଖା ସଭାପତି ମୁକୁନ୍ଦ କହଁର, କୁଇ ସମାଜ ସେବା ସମିତି କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ସଦସ୍ୟ ରମାକାନ୍ତ ମଲ୍ଲିକ, ଗୋଲକ ବିହାରୀ କହଁର, ସରିତା କହଁର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories