www.samajalive.in
Sunday, December 7, 2025
26.1 C
Bhubaneswar

ଅଙ୍ଗନବାଡ଼ି କେନ୍ଦ୍ର ନ ଥିବାରୁ ସ୍ଵୟଂ ସହାୟିକା ଗୋଷ୍ଠୀ ଗୃହରେ ଚାଲିଚି ପାଠପଢ଼ା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦଳପଡା ପଞ୍ଚାୟତର ଲମ୍ବାବାଡି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ସ୍ଵୟଂ ସହାୟିକା ଗୋଷ୍ଠୀ ପାଇଁ ନିର୍ମିତ କୋଠାରେ ଚାଲିଛି ପାଠ ପଢ଼ା ।

ସୂଚନା ପ୍ରକାରେ ଲମ୍ବାବାଡି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନ ଥିବାରୁ ଏକ ସ୍ଵୟଂ ସହାୟିକା ଗୋଷ୍ଠୀ ଗୃହ ରେ ଶିଶୁ ମାନଙ୍କୁ ବର୍ଷ ବର୍ଷ ଧରି ଶିକ୍ଷା ଦିଆଯାଉଛି । ସରକାର ଶିକ୍ଷାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ତାହା କାର୍ୟ୍ୟ କାରୀ ହୋଇ ପାରୁନାହିଁ । ତେଣୁ ପ୍ରଶାସନ ଏହି ଅସୁବିଧା ଦୃଷ୍ଟି ଦେଇ ଯଥାଶୀଘ୍ର ନିର୍ମାଣ କରାଇବା ପାଇଁ ବୁଦ୍ଧି ଜୀବି ମହଲରୁ ଦାବି ହେଉଛି । ତେବେ କେବଳ ଏହି ସ୍ଥାନ ନୁହେଁ , ଜିଲାର ଏଭଳି ଅନେକ ଅଞ୍ଚଳ ରହିଛି ଯେଉଁଠାରେ ଅଙ୍ଗନୱାଡ଼ି କେନ୍ଦ୍ର ବହୁ ଦୟନିୟ ଅବସ୍ଥାରେ ଚାଲିଛି ବୋଲି ବିଭିନ୍ନ ସମୟରେ ମଧ୍ୟ ଅଭିଯୋଗ କରି ଜିଲା ପ୍ରଶାସନକୁ ସଂପୃକ୍ତ ଅଞ୍ଚଳବାସୀ ଲିଖିତ ଭାବେ ପ୍ରଦାନ କରିଛନ୍ତି।

- Advertisement -

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories