www.samajalive.in
Saturday, December 13, 2025
14.1 C
Bhubaneswar

୫୦ ହଜାର ଟଙ୍କାରେ ନୂଆ ଦେଶ କିଣି ଏକୁଟିଆ ରହୁଛନ୍ତି ଯୁବକ

ନୂଆଦିଲ୍ଲୀ : ବିଶ୍ବରେ ଏମିତି ଅନେକ ଦେଶ ଅଛି ଯାହା ନାଁ ଆପଣ ଶୁଣି ମଧ୍ୟ ନଥିବେ । ଏପରିକି କିଛି ଦେଶକୁ ଯିବା ପାଇଁ ଆପଣଙ୍କୁ ପାସପୋର୍ଟ ମଧ୍ୟ ଦରକାର ପଡିବନି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି କୌଣସି ଦେଶର ଏକ ଛୋଟ ଭୂମିକୁ ଯିବା ପାଇଁ ପାସପୋର୍ଟ ଦେଖାଇବାକୁ ପଡିଥାଏ ? ଏମିତି ଆମେରିକାରେ ହୋଇଥାଏ ଯେଉଁଠାରେ ମରୁଭୂମିସ୍ଥିତ ଏକ ଛୋଟ ଜମି ବାସ୍ତବରେ ଏକ ଅଲଗା ଦେଶ । ଏହି ଦେଶର ମାଲିକ ଏଠାରେ ଏକୁଟିଆ ରୁହନ୍ତି । ତାଙ୍କ ଦେଶରେ ପଶିବା ପାଇଁ ପାସପୋର୍ଟର ଆବଶ୍ୟକତା ପଡିଥାଏ । ଆଶ୍ଚର୍ଯ୍ୟ କରିଦେବା କଥା ହେଉଛି କି ସେ ଏହି ଦେଶରୁ ଅନଲାଇନରେ କିଣିଥିଲେ, ତା ପୁଣି ମାତ୍ର ୫୦ ହଜାର ଟଙ୍କାରେ ।

ନ୍ୟୁୟର୍କରେ ରହୁଥିବା ଜ୍ୟାକ୍ ଲ୍ୟାଣ୍ଡସବର୍ଗ ୨୦୦୫ ମସିହାରେ ଆମେରିକାର ଉଟାହ(ଏକ ରାଜ୍ୟ)ର ମରୁଭୂମି ଅଞ୍ଚଳରେ ୨ ଏକରର ଜମି କିଣିଥିଲେ । ସେ ଏହି ଜମିକୁ ଇ-ବାଏରୁ ମାତ୍ର ୬୧୦ ଡଲାର ବା ୫୦ ହଜାର ଟଙ୍କାରେ କିଣିଥିଲେ । ଯେବେ ସେ ପ୍ରଥମେ ଏହି ଜମିକୁ ଦେଖିବାକୁ ଗଲେ ସେବେ ଚିହ୍ନଟ ପାଇଁ ସେହି ଜମିରେ ଏକ ହଳଦିଆ ଏବଂ ନାଲି ରଙ୍ଗର ପତାକା ଲଗାଇଦେଲେ । ପରେ ସେ ଯୋଜନା କଲେ କି ଏହାକୁ ନିଜର ଏକ ଦେଶ  ଭାବେ ନିର୍ମାଣ କରିବେ ।

- Advertisement -

ନିଜ ନାଁକୁ ଯୋଡି ସେ ଏହାର ନାଁ ଜ୍ୟାକିସ୍ତାନ ଦେବା ପାଇଁ ଯୋଜନା କଲେ ଏବଂ ଏହାକୁ ସଫଳ ମଧ୍ୟ କଲେ । ଏବେ ସେ ସମୟ ବାହାର କରି ନିଜ ଦେଶ ଆଡେ ବୁଲି ଆସନ୍ତି । ସେ ମଜା ମଜାରେ କୁହନ୍ତି କି ଆଗରୁ ମୋ ଦେଶରେ ରାଜନୈତିକ, ଆର୍ଥିକ ପରିସ୍ଥିତି ଭାରି ଖରାପ ଥିଲା । ଏବେ କିନ୍ତୁ ଦେଶରେ ବହୁତ କିଛି ନିର୍ମାଣ ଚାଲିଛି ଏବଂ ଦେଶ ଆଗେଇଛି । ସେ ତାଙ୍କ ଦେଶରେ ଏକ ଗେଟ୍ ମଧ୍ୟ ଲଗାଇଛନ୍ତି । ତେବେ ସେ ସେଠାରେ ଘର ତିଆରି କରିବାକୁ ଚାହାଁନ୍ତିନି କାରଣ ସେଠାରେ ଜଳର କୌଣସି ଉତ୍ସ ନାହିଁ ।

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories