ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର: ସମ୍ବଲପୁରର ବରପୁତ୍ର ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ତାଙ୍କର ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମାଲ୍ୟାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଶ୍ରୀ ମିଶ୍ର ସାମାଜିକ ଓ ରାଜନୈତିକ ନେତୃତ୍ୱର ଅନନ୍ୟ ପରିଚୟ ଥିଲେ। ପୂଜ୍ୟ ବାପୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରାବସ୍ଥାରୁ ଦେଶମାତୃକାର ସେବା ପାଇଁ ସେ ପ୍ରତିବଦ୍ଧ ଥିଲେ। ଶ୍ରୀ ମିଶ୍ର ସମାବେଶୀ ସମାଜର କଳ୍ପନା କରିଥିଲେ। ତାଙ୍କର ଭାଷା ସାହିତ୍ୟ ପ୍ରତି ଅନୁରାଗ ଓ ବିକାଶ ପାଇଁ ପ୍ରତିବଦ୍ଧତା ଥିଲା। ଅସ୍ମିତା ଓ ସ୍ୱାଭିମାନର ବ୍ରତୀ ନେଇ ଥିବା ତାଙ୍କର ପ୍ରାସଙ୍ଗିକ ବିଚାର ଗୁଡିକ ସମାଜ ପାଇଁ ପାଥେୟ ଅଟେ। ବର୍ତ୍ତମାନର ସାମାଜିକ ଓ ରାଜନୈତିକ ଯୁବ ପିଢ଼ି ଓ କାର୍ଯ୍ୟକର୍ତ୍ତା ମାନେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ। ସମ୍ବଲପୁର ମାଟି ହେଉଛି ବୀର ଶହୀଦ ମାନଙ୍କର ଅନନ୍ୟ ମାଟି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
Comments are closed.