www.samajalive.in
Monday, December 15, 2025
16.1 C
Bhubaneswar

୪ଦିନ ହେଲା ମହିଳା ନିଖୋଜ, ଥାନାରେ ଏତଲା

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତ ଅଧିନ ଦହିସରା ଗ୍ରାମର ଜଣେ ୫୦ବର୍ଷରୁ ଅଧିକ ବୟସ୍କ ଅବିବାହିତ ମହିଳା ୪ଦିନ ହେଲା ଘରୁ କେଉଁ ଆଡେ ଚାଲିଯାଇ ନିଖୋଜ ହୋଇଥିବା ଜଣାପଡିଛି। ସୀତା ସାହୁ ନାମକ ସଂପୃକ୍ତ ମହିଳା ନିଜ ବାପ ଘରେ ବଡଭାଇ ମାଧବ ସାହୁଙ୍କ ପାଖରେ ଦହିସରାରେ ରହୁଥିଲେ। ଗତ ୬ତାରିଖ ସକାଳ ପ୍ରାୟ ୫.୩୦ରେ ସବୁଦିନ ପରି ଗାଁରେ ବୁଲି ଫୁଲ ତୋଳିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଦୁଇଘଣ୍ଟା ପରେ ବି ସେ ଘରକୁ ନଫେରିବାରୁ ତାଙ୍କ ବଡଭାଇଙ୍କ ପୁଅ ଗୁଣନିଧି ସାହୁ ନିଜ ଗ୍ରାମରେ ଖୋଜା ଖୋଜି କରିବା ସହ ବନ୍ଧୁବାନ୍ଧବଙ୍କ ଘରକୁ ଫୋନ କରି ବୁଝିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇପାରି ନଥିଲେ।

କିଛି ଲୋକଙ୍କ ଠାରୁ ସୀତା ଆଠଗଡ ଆଡେ ଚାଲି ଚାଲି ଯାଉଥିବାର ଖବର ପାଇ ଗୁଣନିଧି ଆଠଗଡ ଯାଇ ଖୋଜାଖୋଜି କରିବା ସହିତ ନୂଆ ବସଷ୍ଟାଣ୍ଡରେ ଥିବା ସିସିଟିଭି ଯାଞ୍ଚ କରିଥିଲେ। ସିସିଟିଭି ରେକର୍ଡିଂରୁ ସୀତା ସେଠାକୁ ଯାଇ କଟକ ଯାଉଥିବା ଏକ ବସ୍‌‌ରେ ଚଢି ଚାଲିଯାଇଥିବା ଜାଣିବାକୁ ପାଇଲେ। ପୁତୁରା ଗୁଣନିଧି କଟକର ନୂଆ ନେତାଜୀ ବସ୍‌‌ ଟର୍ମିନାଲ ଓ ରେଳଷ୍ଟେସନ ଆଦି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ନପାଇବାରୁ ଶେଷରେ ଆଠଗଡ ଆସି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

- Advertisement -

ଆଠଗଡ ପୁଲିସ ସଂପୃକ୍ତ ମହିଳାଙ୍କ ସନ୍ଧାନ ପାଇଁ ବିଭିନ୍ନ ଥାନାକୁ ଏ ବିଷୟରେ ଜଣାଇ ତଦନ୍ତ ଚଳାଇଛନ୍ତି। ସଂପୃକ୍ତ ମହିଳା ଏକ ଫୋନ ତାଙ୍କ ପାଖରେ ରଖିଥିଲେ ମଧ୍ୟ ନିଖୋଜ ହେବା ଦିନଠାରୁ ଉକ୍ତ ଫୋନଟି ସୁଇଜ ଅଫ ଥିବା ଜଣାପଡିଛି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories