www.samajalive.in
Monday, December 15, 2025
14.1 C
Bhubaneswar

କୋଟିପତି ବରୁଣ ଚକ୍ରବର୍ତ୍ତୀ କିଏ?


ଜୟପୁର: ୨୦୧୯ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଲାଗି ଖେଳାଳି ନିଲାମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ୮ଟି ଫ୍ରାଞ୍ଚାଇଜି ସେମାନଙ୍କ ଖାଲି ସ୍ଥାନ ପୂରଣ ପାଇଁ ତାଲିକାଭୁକ୍ତ ୩୫୧ ଜଣ ଖେଳାଳିଙ୍କ ମଧ୍ୟରୁ ସେମାନଙ୍କ ପସନ୍ଦର ଖେଳାଳି ବାଛିଛନ୍ତି। ତେବେ ଏହି ନିଲାମରେ ସମସ୍ତଙ୍କୁ ଚକିତ କରିଥଲା ବରୁଣ ଚକ୍ରବର୍ତ୍ତୀଙ୍କ ନାମ। କ୍ରିକେଟରେ ରୁଚି ରଖିଥିବା ଯେକୌଣସି ବ୍ୟକ୍ତି ବରୁଣ ଚକ୍ରବର୍ତ୍ତୀଙ୍କ ନାମ ପୂର୍ବରୁ ଶୁଣିନଥିଲେ।
ବରୁଣଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ୮ କୋଟି ୪୦ ଲକ୍ଷ ଟଙ୍କାରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ କିଣିଛି। ତେ​‌େ​‌ବ ବରୁଣ ଚକ୍ରବର୍ତ୍ତୀ କିଏ? କ’ଣ ତାଙ୍କ ବିଶେଷତ୍ବ? ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ତାଙ୍କ ଉପଲବ୍‌ଧି କେତେ? ଏହିପରି ନାନା ପ୍ରଶ୍ନ କ୍ରିକେଟପ୍ରେମୀଙ୍କ ମନରେ ଉଙ୍କି ମାରିଥିଲା। ପ୍ରକୃତରେ ବରୁଣ ହେଉଛନ୍ତି ତାମିଲନାଡ଼ୁର ୨୭ ବର୍ଷ ବୟସ୍କ ସ୍ପିନର। ସେ କେଉଁପ୍ରକାର ସ୍ପିନର; ତାହା କହିବା କଷ୍ଟକର। କାରଣ ସେ ୭ ପ୍ରକାର ବଲ୍ ପକାଇ ପାରନ୍ତି। ତାହା ହେଲା- ଅଫ୍‌ବ୍ରେକ୍, ଲେଗ୍‌ବ୍ରେକ୍, ଗୁଗ୍‌ଲି, କ୍ୟାରମ୍ ବଲ୍, ଫ୍ଲିପର, ଟପ୍‌ ସ୍ପିନର ଓ ଲେଗ୍‌ଷ୍ଟମ୍ପ୍ ୟର୍କର। ୧ ଦଶନ୍ଧିରୁ ଅଧିକ ସମୟ ଧରି ବରୁଣ କ୍ରିକେଟ ଖେଳି ଆସୁଥିଲେ ହେଁ ଚଳିତବର୍ଷ ସେ ଏକମାତ୍ର ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ହାଇଦରାବାଦ ବିପକ୍ଷରେ ଏହି ମ୍ୟାଚ୍‌​‌େ​‌ର ୧୦୫ ରନ୍‌ଦେଇ ବରୁଣ ମାତ୍ର ଗୋଟିଏ ୱିକେଟ ପାଇଥିଲେ। ତେବେ ପେସାଦାର ଟ୍ବେଣ୍ଟି୨୦ କ୍ରିକେଟ​‌େ​‌ର ବରୁଣଙ୍କ ବହୁତ ଚାହିଦା। ୨୦୧୭-୧୮ରେ ତାମିଲନାଡ଼ୁରେ ଲିଗ୍ କ୍ରିକେଟ ଖେଳି ବରୁଣ ବେଶ୍ ସଫଳ ହୋଇଥିଲେ। ଏହାପରେ ତାଙ୍କୁ ତାମିଲନାଡ଼ୁ ପ୍ରିମିୟର ଲିଗ୍ (ଟିଏନ୍‌ପିଏଲ୍) ଖେଳିବାର ସୁଯୋଗ ମିଳିଥିଲା। ଏହା ତାଙ୍କ କ୍ରିକେଟ ଜୀବନକୁ ବଦଳାଇ ଦେଇଥିଲା। ସିଏଚେମ୍ ମଦୁରାଇ ପାନ୍ଥର୍ସ ପାଇଁ ଖେଳି ବରୁଣ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କ ବୋଲିଂ ବଳରେ ମଦୁରାଇ ଟିଏନ୍‌ପିଏଲ୍ ଚମ୍ପିଆନ୍ ହୋଇଥିଲା। ଗତବର୍ଷ ଆଇପିଏଲ୍ ବେଳେ କିଛିଦିନ ଚେନ୍ନଇ ସୁପର କିଙ୍ଗ୍‌ସ ଶିବିର​‌େ​‌ର ରହି ବୋଲିଂ କରିଥିଲେ। ପରେ ଦିନେଶ କାର୍ତ୍ତିକଙ୍କ ଡକରାରେ ବରୁଣ କଲକାତା ନାଇଟ ରାଇଡର୍ସ (କେକେଆର୍) ଶିବିରରେ ଯୋଗ ଦେଇଥିଲେ ଏବଂ କିଛିଦିନ ବୋଲିଂ କରିଥିଲେ। ତାମିଲନାଡ଼ୁ ପାଇଁ ବରୁଣ ୧୮ଟି ଲିଷ୍ଟ-ଏ (ଦିନିକିଆ) ମ୍ୟାଚ୍ ଖେଳି ୨୩ଟି ୱିକେଟ ନେଇଥିବା ବେଳେ ୧୩ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳି ୧୦ଟି ୱିକେଟ ନେଇଥିଲେ। ଏବେ ବରୁଣ ଚକ୍ରବର୍ତ୍ତୀ ଆଇପିଏଲ୍‌ ଖେଳିବାର ସୁଯୋଗ ପାଇ ରାତାରାତି କୋଟିପତି ପାଲଟି ଯାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories