www.samajalive.in
Saturday, December 6, 2025
16.1 C
Bhubaneswar

ଗ୍ରାହକଙ୍କୁ ୨୦ ହଜାର ଟଙ୍କା ଫାଇନ ଗଣିଲେ ପୋଷ୍ଟ ମ୍ୟାନ

ଫୁଲବାଣୀ : ଚିଠି ପ୍ରଦାନରେ ଅବହେଳା ମହଙ୍ଗା ପଡ଼ିଛି ପୋଷ୍ଟ ମ୍ୟାନଙ୍କୁ। ଗ୍ରାହକଙ୍କୁ ୨୦ ହଜାର ଟଙ୍କା ଫାଇନ ଗଣିଲେ । ସେବା ଯୋଗାଇବାରେ ଅବହେଳା କରି ୨୦ ହଜାର ଟଙ୍କା ଫାଇନ ଗଣିଲେ ପୋଷ୍ଟ ମ୍ୟାନ । ଚିଠି ପ୍ରଦାନ କରିବାରେ ଅବହେଳା କରିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପୋଷ୍ଟ ମ୍ୟାନଙ୍କୁ ପଡ଼ିଛି ମହଙ୍ଗା।
ସୂଚନା ଅନୁଯାୟୀ ଦାରିଙ୍ଗବାଡ଼ି ଅଞ୍ଚଳର ସାମ୍ବାଦିକଙ୍କ ନିକଟକୁ ସୂଚନା କମିଶନ ଭୁବନେଶ୍ୱରଙ୍କ ପକ୍ଷରୁ ଏକ ଚିଠି ହୋଇଥିଲା। ଯେଉଁଥିରେ ୩୦ ନଭେମ୍ବର ୨୦୨୨ରେ ସୂଚନା କମିଶନ ଭୁବନେଶ୍ୱରଙ୍କ ନିକଟରେ ଉପସ୍ଥିତ ହେବା ପାଇଁ। ହେଲେ ଏହି ଚିଠିଟିକୁ ପ୍ରିୟତମ ମାଝୀ ନାମକ ପୋଷ୍ଟ ମ୍ୟାନ ଦୀର୍ଘ ୧୦ ଦିନ ବିଳମ୍ବ କରି ପ୍ରଦାନ କରିଥିଲେ। ଫଳରେ ସେ ଠିକ ସମୟରେ ସୂଚନା କମିଶନଙ୍କ ନିକଟରେ ଉପସ୍ଥିତ ହୋଇନଥିବା କାରଣରୁ ତାଙ୍କ ଅଭିଯୋଗ ସମନ୍ଧିତ ମାମଲାକୁ କମିଶନ ଖାରଜ କରି ଦେଇଥିଲେ। ଆଉ ଏହାକୁ ଭିତ୍ତି କରି  ସେ ୮ ଅଗଷ୍ଟ ୨୦୨୩ରେ ଜିଲ୍ଲା ଖାଉଟି ଅଦାଲତ ଫୁଲବାଣୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଦୀର୍ଘ ୭ ମାସ ଧରି ଉଭୟଙ୍କ ମଧ୍ୟରେ ଆରୋପ ଓ ଦୋଷାରୋପ ହେବା ପରେ ଶେଷରେ ପୋଷ୍ଟ ମ୍ୟାନ ନିଜର ଭୁଲ ସ୍ୱୀକାର କରିବା ସହ ଖାଉଟି ଅଦାଲତର ସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ଆଉ ଆପୋଷ ସମାଧାନ ପାଇଁ ରାଜି ହୋଇଥିବା ବେଳେ ୨୦ ହଜାର ଟଙ୍କା ଫାଇନ ଆକାରରେ ପୋଷ୍ଟ ମ୍ୟାନ ପ୍ରିୟତମ ମାଝୀ ଅଭିଯୋଗକାରୀଙ୍କୁ ପ୍ରଦାନ କରିଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories