www.samajalive.in
Saturday, December 6, 2025
17.1 C
Bhubaneswar

ଦୂଷିତ ନଳକୂପ ପାଣି ପିଇ ଲୋକଙ୍କୁ ହେଉଛି କିଡ଼ନୀ ରୋଗ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତରେ ଦୂଷିତ ପାଣି ପିଇ ଲୋକମାନେ କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଥିବା ସନ୍ଦେହ କରାଯାଇଛି। ସୂଚନା ଅନୁସାରେ ରାଜନଗର ପଞ୍ଚାୟତର ଖସାପିଟା ତଳ ସାହିରେ ପ୍ରାୟ ୬୦ ଘର ବସବାସ କରୁଛନ୍ତି। ଦୀର୍ଘ ବର୍ଷର ଏକ ନଳ କୂପରୁ ସେମାନେ ପିଇବା ପାଣି ସହିତ ଅନ୍ୟାନ୍ୟ ଘରୋଇ କାର୍ୟ୍ୟ ପାଇଁ ବ୍ୟବହାର କରିଥାନ୍ତି। ଚଳିତ ବର୍ଷ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ସେହି ନଳକୂପ ର ପାଣି ପରୀକ୍ଷା କରି ବ୍ଲକ ଅଧିକାରୀକୁ ରିପୋର୍ଟ ପଠାଇଥିଲେ । ନଳକୂପର ପାଣି ଦୂଷିତ ବୋଲି ରିପୋର୍ଟରୁ ଜଣାପଡିଥିଲା। ପରେ ସେମାନେ ପାଣି ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ।
ରାଜନଗର ପଞ୍ଚାୟତରେ ବସୁଧା ଯୋଜନାରେ ସାହିକୁ ପାଇପ ଯୋଗେ ପାଣି ସ୍ୱଳ୍ପ ପରିମାଣରେ ଯାଉଥିବାବେଳେ ଲୋକ ମାନଙ୍କ ପାଇଁ ଏହା ଯଥେଷ୍ଟ ହେଉ ନଥିବା ଅଭିଯୋଗ ହୋଇଛି। ଫଳରେ ବାଧ୍ୟ ହୋଇ ସେହି ଖରାପ ନଳ କୂପର ପାଣି ସାହିବାସୀ ବ୍ୟବହାର କରୁଛନ୍ତି। ଯଥାଶୀଘ୍ର ଆଉ ଗୋଟିଏ ନଳ କୂପ ପ୍ରତିଷ୍ଠା ପାଇଁ ସାହିବାସୀ ଦାବି କରିଛନ୍ତି। ନିକଟରେ ଏହି ସାହିରେ ୫ ଜଣ କିଡ଼ନୀ ରୋଗୀ ଚି଼ହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିପାଇଁ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିବା ସହ ବସୁଧା ଯୋଜନାରୁ ଲୋକଙ୍କୁ ଅଧିକ ପାନୀୟ ଜଳ ଯୋଗାଇ ଦେବା ସହ ଆଉ ଏକ ନୂତନ ନଳକୂପ ଖନନ ପାଇଁ ଦାବି କରିଛନ୍ତି।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories