କେମିତି କଟିବ ଆଜିର ଦିନ: ମଙ୍ଗଳବାର ରାଶିଫଳ

ମେଷ: ଅଧିକ ଧନ ପ୍ରାପ୍ତି ପାଇଁ ପୁଞ୍ଜିନିବେଶ କରିପାରନ୍ତି। ପୋଷାକ, ପରିଚ୍ଛେଦ ଓ ମିଷ୍ଟାନ୍ନ ଭୋଜନ ପାଇଁ ଅଧିକ ବ୍ୟୟ କରିବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ। ଚତୁଷ୍ପଦ ପ୍ରାଣୀ କ୍ରୟ କରି ଖର୍ଚ୍ଚାନ୍ତ ହେବେ।
ବୃଷ: ପତ୍ନୀଙ୍କ ସଞ୍ଚୟ ଅର୍ଥରୁ ଧନ ଆହରଣ କରି ସତ୍କର୍ମରେ ବ୍ୟୟ କରିପାରନ୍ତି। ସଜ୍ଜନମାନଙ୍କଠାରୁ ଧନ ମିଳିପାରେ। କୃଷି କର୍ମରୁ ଲାଭବାନ୍ ହେବେ। ସତ୍କ୍ରିୟାରୁ ମଧ୍ୟ ଧନ ପ୍ରାପ୍ତ ହୋଇପାରେ।
ମିଥୁନ: ସ୍ବକର୍ମ ଉପରେ ପ୍ରାଧାନ୍ୟ ଦେବେ। କୀର୍ତ୍ତିମାନ୍ ହେବାର ସୂଚନା ମିଳୁଛି। ବ୍ରାହ୍ମଣମାନଙ୍କର ପ୍ରିୟପାତ୍ର ହୋଇପାରନ୍ତି। ସୂର‌୍ୟ୍ୟ ରଶ୍ମି ପରି ତେଜୀୟାନ୍ ହେବେ। କୃଷିକୁ ବୃତ୍ତିଭାବେ ଗ୍ରହଣ କରିପାରନ୍ତି।
କର୍କଟ: ନାନା ବ୍ରତ ଆଚରଣ କରି ଧର୍ମୀୟ ଭାବନା ସମ୍ପନ୍ନ ହେବେ। ଧର୍ମୀୟ ଉପାସକ ହେବାର ସୂଚନା ମିଳୁଛି। ଧର୍ମନୀତି ପାଳନରେ ଆଗ୍ରହୀ ହେବେ। ତୀର୍ଥାଶ୍ରୟୀ ହେବେ। ସେବା କାର‌୍ୟ୍ୟରେ ନିୟୋଜିତ ହେବେ।
ସିଂହ: ଭୁଜୟାଦି ସରୀସୃପଙ୍କ ଉପରେ ବିଶେଷ ନଜର ରଖିବାକୁ ପଡ଼ିବ। ସଙ୍ଗ ଥିବା ପ୍ରାଣୀମାନଙ୍କଠାରୁ ବ୍ୟବଧାନ ରଖିବାକୁ ପଡ଼ିବ। ବିଶେଷକରି ଚୋରଙ୍କ ଗତିବିଧି ଉପରେ ନଜର ରଖିବାକୁ ପଡ଼ିବ।
କନ୍ୟା: ଅପରୂପ ଶୋଭା, ସୌନ୍ଦର‌୍ୟ୍ୟସମ୍ପନ୍ନ ପତ୍ନୀଙ୍କ ସାହାଚର‌୍ୟ୍ୟ ଲାଭ କରିପାରନ୍ତି। ସ୍ତ୍ରୀ ପୁତ୍ରହୀନ ହେଲେ ବି ସୌଭାଗ୍ୟବତୀ, ଧନପ୍ରିୟ ହେବେ। ବିଜୟୀ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପ୍ରଗଳ୍ଭା ହେବା ଆଶା କରାଯାଏ।
ତୁଳା: ଧନ ହେତୁ ଶତ୍ରୁତା ଲାଗି ରହିପାରେ। ଶତ୍ରୁମାନେ ଆପଣଙ୍କ ସରଳତାର ସୁଯୋଗ ନେଇପାରନ୍ତି। ବହୁ ସଂସ୍ଥାର କାର‌୍ୟ୍ୟକର୍ତ୍ତାଭାବେ ଲୋକଙ୍କ ଦ୍ବାରା ମନୋନୀତ ହେବେ। ବନ୍ଧୁପ୍ରିୟ ହେବେ।
ବିଛା: ସନ୍ତାନମାନେ ଭୋଗୀ, ବିଳାସୀ ଓ କର୍ମଶୀଳ ହେବେ। ସୁଶୀଳ ହେବାର ଶିକ୍ଷାଦୀକ୍ଷାରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି। ବିଭିନ୍ନ ସ୍ତରରୁ ଧନ ପ୍ରାପ୍ତିର ସୌଭାଗ ଅଛି। ପ୍ରଣୟୀ ସ୍ବକୁଳ ଧର୍ମରେ ଅନୁରକ୍ତ ହେବେ।
ଧନୁ: ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ଯେକୌଣସି ସଂସ୍ଥାରେ ଚାକିରି କ୍ଷେତ୍ରରୁ ଧନ ପ୍ରାପ୍ତ ହେବାର ଗତାନୁଗତିକ ନୀତି ନିୟମ ବନ୍ଧା ହୋଇ ରହିଛି। ପ୍ରିୟ ଭାଷା କହି ଏପରିକି ପ୍ରବଚନ ଦେଇ ଧନ ପ୍ରାପ୍ତ ହେବେ।
ମକର: ସ୍ବାର୍ଥ ହାସଲ ପାଇଁ ଶତ୍ରୁ ସହ ମିତ୍ରତା ସ୍ଥାପନ କରିପାରନ୍ତି। ଧନଯୁକ୍ତ ହୋଇ ମଧ୍ୟ ଗରିବର ଭାବଭଙ୍ଗୀ ପ୍ରକାଶ କରିବେ। ଭ୍ରାତୃ ସ୍ନେହର ଆବଦ୍ଧ ରହିବେ। ଧର୍ମ କାର‌୍ୟ୍ୟରେ ଧନ ବ୍ୟୟ କରିପାରନ୍ତି।
କୁମ୍ଭ: ଫଳ, ପୁଷ୍ପ ବ୍ୟବସାୟରୁ ଧନ ପ୍ରାପ୍ତ ହେବେ। ଜନସାଧାରଣଙ୍କୁ ତଥା ତୁଷାର୍ତ୍ତଙ୍କୁ ଜଳ ଯୋଗାଣ କରି ଧର୍ମ ରୂପକ ଧନ ଅର୍ଜନ କରିପାରନ୍ତି। ସାଧୁ ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।
ମୀନ: ପୌଷ୍ଟିକ କର୍ମରୁ ଧର୍ମ ଅର୍ଜନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ବିଭିନ୍ନ ମଙ୍ଗଳମୟ କର୍ମ କରି ଅଯାଚିତ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟ ଲାଭପ୍ରଦ ହେବ। ସୁଖୀ ଜୀବନ ବିତାଇବେ।

 

 

Comments are closed.