www.samajalive.in
Sunday, December 14, 2025
19.1 C
Bhubaneswar

ମହିଳା ବକ୍ସରଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ପୁଲିସ୍‌

ଭୁବନେଶ୍ୱର: ବଡ଼ଗଡ଼ ଥାନା ପୁଲିସ ସୋମବାର ରାତିରେ ଜଣେ ମହିଳା ବକ୍ସରଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ବେକରେ ଗାମୁଛା ବାନ୍ଧି ସେ ଫ୍ୟାନ୍ରେ ଝୁଲିପଡ଼ିଥିବା ବେଳେ ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରିଛି। ତାଙ୍କ ଆତ୍ମହତ୍ୟା ନେଇ ପରିବାର ଲୋକ ସନ୍ଦେହ ପ୍ରକଟ କରିଛନ୍ତି। ଆତ୍ମହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି। ମୃତ ଯୁବତୀ ହେଲେ ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଜଗଦଲପୁର ଗାଁର ସରୋଜିନୀ ସୁନ୍ଦରରାୟ। ସରୋଜିନୀ ବକ୍ସିଂ ଓ ଖୋ ଖୋ ଖେଳରେ ରାଜ୍ୟସ୍ତରରେ ମନୋନୀତ ହୋଇଥିଲେ। ଅର୍ଥାଭାବରୁ ସେ କୌଣସି ସ୍ଥାନକୁ ଖେଳିବା ପାଇଁ ଯାଇନଥିଲେ। କିଛି ଦିନ ହେବ ସେ ବଡ଼ଗଡ଼ ଥାନା ହରିହର ବିଦ୍ୟାପୀଠ ନିକଟରେ ଏକ ଘର ଭଡ଼ା ନେଇ ରହୁଥିଲେ। ବୁଦ୍ଧେଶ୍ବରୀ ନିକଟ ଏକ ହୋଟେଲରେ ଚାକିରି କରିଥିଲେ ବୋଲି ପରିବାର ଲୋକଙ୍କୁ ସେ କହିଥିଲେ। ସବୁ ଦିନ ଭଳି ସୋମବାର ସନ୍ଧ୍ୟା ପ୍ରାୟ ୬ଟାରେ ସେ ପରିବାର ଲୋକଙ୍କ ସହ ଫୋନ୍ରେ କଥା ହୋଇଥିଲେ। ରାତି ସାଢ଼େ ୮ଟା ବେଳକୁ ପୁଲିସ ଫୋନ୍ କରି ସରୋଜିନୀ ଆତ୍ମହତ୍ୟା କରିଥିବା ଖବର ଦେଇଥିଲା। ଖବର ପାଇ ପରିବାର ଓ ସମ୍ପର୍କୀୟ ପହଞ୍ଚିବାବେଳକୁ ସରୋଜିନୀଙ୍କ ମୃତ୍ୟୁ ହୋଇସାରିଥିଲା। ପରିବାର ଲୋକ ପହଞ୍ଚିବା ପୂର୍ବରୁ ଖବର ପାଇ ପୁଲିସ ପହଞ୍ଚି କବାଟ ଭାଙ୍ଗି ଦେଖିବା ବେଳକୁ ସରୋଜିନୀ ବେକରେ ଗାମୁଛା ବାନ୍ଧି ଫ୍ୟାନ୍ରେ ଝୁଲୁଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ନେଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories